ଆଜି ବି ଅଲୋଡ଼ା ‘ସୀତା’: ଛାତି ତଳେ ନୁହେଁ ମାଟି ତଳେ

ଯାଜପୁର: ଏ ମାତା ସୀତା ନୁହନ୍ତି। ହେଲେ ସୀତାଙ୍କ ପରି ଧରଣୀ ମାତାଙ୍କ ଗର୍ଭରୁ ଆସିଛି। ଏ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଶାମସୁନ୍ଦରପୁର ଗାଁର ‘ସୀତା’। ତା’ର କଇଁ କଇଁ ଡାକ ଅଞ୍ଚଳବାସୀଙ୍କ ହୃଦୟ ତରଳାଇ ଦେଇଛି। ହେଲେ ଜନ୍ମ କଲା ମାଆବାପାଙ୍କ ପାଇଁ ସେ ଅଲୋଡ଼ା ହୋଇଯାଇଛି। ଆଜି ଯେତେବେଳେ ନବଜାତ ଶିଶୁକନ୍ୟାକୁ ଜୀବନ୍ତ ଖତଗଦାରୁ ପୋତାଯାଇଥିବା ଅବସ୍ଥାରେ ଉଦ୍ଧାର କରାଗଲା ହତବାକ୍‌ ହୋଇଯାଇଥିଲେ ଗ୍ରାମବାସୀ। ବହୁ ସମୟରେ ଲୋକଙ୍କ ନୃଶଂସତା ଏ […]

girlchild

Rakesh Mallick
  • Published: Saturday, 25 March 2017
  • , Updated: 25 March 2017, 06:55 PM IST

ଯାଜପୁର: ଏ ମାତା ସୀତା ନୁହନ୍ତି। ହେଲେ ସୀତାଙ୍କ ପରି ଧରଣୀ ମାତାଙ୍କ ଗର୍ଭରୁ ଆସିଛି। ଏ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଶାମସୁନ୍ଦରପୁର ଗାଁର ‘ସୀତା’। ତା’ର କଇଁ କଇଁ ଡାକ ଅଞ୍ଚଳବାସୀଙ୍କ ହୃଦୟ ତରଳାଇ ଦେଇଛି। ହେଲେ ଜନ୍ମ କଲା ମାଆବାପାଙ୍କ ପାଇଁ ସେ ଅଲୋଡ଼ା ହୋଇଯାଇଛି।

ଆଜି ଯେତେବେଳେ ନବଜାତ ଶିଶୁକନ୍ୟାକୁ ଜୀବନ୍ତ ଖତଗଦାରୁ ପୋତାଯାଇଥିବା ଅବସ୍ଥାରେ ଉଦ୍ଧାର କରାଗଲା ହତବାକ୍‌ ହୋଇଯାଇଥିଲେ ଗ୍ରାମବାସୀ। ବହୁ ସମୟରେ ଲୋକଙ୍କ ନୃଶଂସତା ଏ ସମାଜ ଦେଖିଛି। ହେଲେ ନାହି କଟା ଯାଇ ନ ଥିବା ଏକ ଶିଶୁକନ୍ୟାକୁ ଜୀବନ୍ତ ପୋତି ଦେବା ସବୁ ନୃଶଂସତାକୁ ଟପି ଯାଇଛି।

ଶିଶୁକନ୍ୟାକୁ ଜୀବନ୍ତ ଉଦ୍ଧାର କରି ପାରିଥିବାରୁ ଏବେ ଗ୍ରାମବାସୀ ବହୁତ ଖୁସି। ପିଲାଟି ଏବେ ଧର୍ମଶାଳା ହସ୍ପିଟାଲରେ ଅଛି। ହେଲେ କିଏ କାହିଁକି ଏମିତି କଲା ତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

ମୃତ୍ୟୁକୁ ପରାଜିତ କରିଥିବା ଶାମସୁନ୍ଦରପୁର ଗାଁର ‘ସୀତା’ଙ୍କ କଇଁ କଇଁ ଡାକ ନାରୀ ସୁରକ୍ଷାକୁ ନେଇ ବାହସ୍ପଟ ମାରୁଥିବା ଏହି ସମାଜ ମୁହାଁରେ ଚାପୁଡ଼ା ସଦୃଶ୍ୟ ହେଇଛି। ତାଙ୍କ ପାଖରେ ହାର ମାନି ଯାଇଛି ଅମାନବିକତା। ନାରୀଙ୍କ ସୁରକ୍ଷା ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ଜନ୍ମ ଆଗରୁ କନ୍ୟାମାନଙ୍କ ପାଇଁ ଯୋଜନା ହେଉଛି। ବିଭିନ୍ନ ସଂଗଠନ ନାରୀ ସୁରକ୍ଷାକୁ ନେଇ ବହୁତ ବଡ଼ ବଡ଼ କଥା କହୁଛନ୍ତି। ହେଲେ ଶମସୁନ୍ଦରପୁର ଗାଁ ଖତଗଦାରୁ ଶିଶୁକନ୍ୟା ଉଦ୍ଧାର ହେବା ପରେ ଏ ସବୁ କଥା କେବଳ ଲୋକ ଦେଖାଣିଆ ବୋଲି ଚର୍ଚ୍ଚା ହେଉଛି। ନାରୀ ସୁରକ୍ଷାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଏହି ସମାଜରେ ମହିଳାଙ୍କ ସ୍ଥିତି ଯେଉଁଠି ତାକୁ ନେଇ ପ୍ରଶ୍ନ ଛିଡା କରୁଛି।

Related story