ସଚିବାଳୟରେ ରାଜ୍ୟ କ୍ୟାବିନେଟ୍ ବୈଠକ ଆରମ୍ଭ,୨୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର: ଗୁରୁବାର ଅପରାହ୍ଣରେ ସଚିବାଳୟରେ ଆରମ୍ଭ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି  ବୈଠକରେ ପ୍ରାୟ ୨୧ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହା ମଧ୍ୟରେ ରହିଛି ଓଡ଼ିଶା ହାଉସିଂ ମିଶନ ଯୋଜନା। ଏହି ଯୋଜନାରେ ସହରରେ ରହୁଥିବା ଗରିବ ଲୋକେ ସୁଲଭ ମୂଲ୍ୟରେ ଘର ପାଇବେ। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ହାଉସିଂ ମିଶନର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି […]

Naveen Patnaik

Rakesh Mallick
  • Published: Thursday, 13 August 2015
  • , Updated: 13 August 2015, 12:33 PM IST

ଭୁବନେଶ୍ୱର: ଭୁବନେଶ୍ୱର: ଗୁରୁବାର ଅପରାହ୍ଣରେ ସଚିବାଳୟରେ ଆରମ୍ଭ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି  ବୈଠକରେ ପ୍ରାୟ ୨୧ଟି ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହା ମଧ୍ୟରେ ରହିଛି ଓଡ଼ିଶା ହାଉସିଂ ମିଶନ ଯୋଜନା। ଏହି ଯୋଜନାରେ ସହରରେ ରହୁଥିବା ଗରିବ ଲୋକେ ସୁଲଭ ମୂଲ୍ୟରେ ଘର ପାଇବେ। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ହାଉସିଂ ମିଶନର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ବିଶେଷକରି ଆର୍ଥିକ ଅନଗ୍ରସର, ସ୍ୱଳ୍ପ ଆୟକାରୀ ବର୍ଗ ଓ ବସ୍ତିରେ ରହୁଥିବା ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ସେହିଭଳି ରାଜ୍ୟର ନୂଆ ମୁଖ୍ୟନୀତିକୁ କ୍ୟାବିନେଟ ଅନୁମୋଦନ ଦେଇପାରେ। ବିଜୁ ଏକ୍ସପ୍ରେସ ୱେ ଅନ୍ତର୍ଗତ ରାଉରକେଲାରୁ ଜଗଦଲପୁର ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ-ପଶ୍ଚିମ ଓଡିଶାର ସୀମାନ୍ତ ବର୍ତ୍ତୀ ସହରଗୁଡିକୁ ସଂଯୋଗ କରୁଥିବା  ୪ ଲେନ୍ ବିଶିଷ୍ଟ ଅର୍ଥନୈତିକ କରିଡର ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିପାରେ। ସେହିପରି ଆଠଗଡର ବ୍ରଜବିହାରୀପୁରରେ ନ୍ୟାସନାଲ  ଲ ୟୁନିଭର୍ସିଟି ପାଇଁ ସରକାର ୪୯ ଏକର ଜମି ବିନା ପ୍ରିମିୟମରେ ଯୋଗାଇଦେବା ନିଷ୍ପତ୍ତି ଉପରେ ମଧ୍ୟ କ୍ୟାବିନେଟର ମୋହର ଲାଗିପାରେ। ସେହିପରି ତାଳଚେର ଅନୁଗୁଳ ମେରାମୁଣ୍ଡୁଲି ଡେଭଲ୍ପମେଣ୍ଟ ଅଥରିଟିକୁ ଏକ ବସ୍ ଟର୍ମିନାଲ କରିବା ପାଇଁ ୫ ଏକର ୮୫ ଡିସମିଲ ଜମି ରାଜସ୍ୱ ବିଭାଗ ଯୋଗାଇଦେବା ପ୍ରସ୍ତାବ କ୍ୟାବିନେଟରେ ଆସିବ ବୋଲି ସୂଚନା ମିଳିଛି ।

 

 

Related story