ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ; ମରୁଡ଼ି ସହାୟତା ବାବଦକୁ ଆଉ ୧୫୩୦ କୋଟି ଦାବି

ଭୁବନେଶ୍ୱର: ଆଜି ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ରାଜ୍ୟର ମରୁଡ଼ି ସ୍ଥିତି ସଂପର୍କରେ ଅବଗତ କରାଇବା ସହିତ ରାଜ୍ୟକୁ ମରୁଡ଼ି ସହାୟତା ବାବଦକୁ ଆଉ ୧୫୩୦ କୋଟି ଟଙ୍କା ଦେବାକୁ ଦାବି କରିଥିଲେ। ମରୁଡ଼ି କ୍ଷୟକ୍ଷତି ବାବଦକୁ ରାଜ୍ୟ ସରକାର ୨୩୪୫ କୋଟି ଟଙ୍କା ମାଗି ଥିଲେ। ତେବେ କେନ୍ଦ୍ର ସରକାର ୮୧୫ କୋଟି ଟଙ୍କା ଦେଇଥିଲେ। ରାଜ୍ୟର ୨୭ଟି ଜିଲ୍ଲାର ୨୯,୦୦୦ ଗାଁ ମରୁଡ଼ିରେ ପ୍ରଭାବିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କୁ […]

cm-delhi

Rakesh Mallick
  • Published: Saturday, 21 May 2016
  • , Updated: 21 May 2016, 04:45 PM IST

ଭୁବନେଶ୍ୱର: ଆଜି ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ରାଜ୍ୟର ମରୁଡ଼ି ସ୍ଥିତି ସଂପର୍କରେ ଅବଗତ କରାଇବା ସହିତ ରାଜ୍ୟକୁ ମରୁଡ଼ି ସହାୟତା ବାବଦକୁ ଆଉ ୧୫୩୦ କୋଟି ଟଙ୍କା ଦେବାକୁ ଦାବି କରିଥିଲେ।

ମରୁଡ଼ି କ୍ଷୟକ୍ଷତି ବାବଦକୁ ରାଜ୍ୟ ସରକାର ୨୩୪୫ କୋଟି ଟଙ୍କା ମାଗି ଥିଲେ। ତେବେ କେନ୍ଦ୍ର ସରକାର ୮୧୫ କୋଟି ଟଙ୍କା ଦେଇଥିଲେ।

ରାଜ୍ୟର ୨୭ଟି ଜିଲ୍ଲାର ୨୯,୦୦୦ ଗାଁ ମରୁଡ଼ିରେ ପ୍ରଭାବିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଶସ୍ୟ ଲୋନ୍, କ୍ଷୁଦ୍ର ସେଚ ପ୍ରକଳ୍ପ, ଗୋଖାଦ୍ୟ, ଖାଦ୍ୟ ସହାୟତା ଓ ପାନୀୟ ଜଳ ଯୋଗାଣ ନେଇ କେନ୍ଦ୍ରଠାରୁ କୌଣସି ସହାୟତା ମିଳି ନ ଥିବା ନେଇ ନବୀନ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏମ୍‌ଜିଏନ୍‌ଆରଇଜିଏସ୍‌ରେ ରାଜ୍ୟର ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ରାଜ୍ୟର ମନରେଗା ଶ୍ରମିକମାନେ ଏବେ ୧୭୪ ଟଙ୍କା ମଜୁରୀ ପାଉଥିବା ବେଳେ ଏହାକୁ ୨୦୦ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଦାବି ଉପସ୍ଥାପନ କରିଥିଲେ।

ସେହିପରି ସାରର ସୁଷମ ବଣ୍ଟନ ଲାଗି ଆଉ ତିନୋଟି ରେକ୍ ପଏଣ୍ଟ୍ ପ୍ରତିଷ୍ଠା, ଆକ୍ସିଲେରେଟେଡ୍ ଇରିଗେସନ୍ ୱେନିଫିଟ୍ ପ୍ରୋଗ୍ରାମ ବା ଏଆଇବିପିରେ ୪ ବର୍ଷର ବକେୟା ୧୦୪୭ କୋଟି ଓ ଆର୍‌ଆର୍‌ଆରରେ ୧୫୬ କୋଟି ଟଙ୍କା ଯୋଗାଇ ଦେବାକୁ ନବୀନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାବି ରଖିଥିଲେ।

ସାଉଥବ୍ଲକରେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ ଉଠାଇଥିଲେ। ଜଗମୋହନ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ସେ ଦାବି କରିଥିଲେ। ତା’ସହିତ ଜଗମୋହନ ମରାମତି କାର୍ଯ୍ୟରେ ଏଏସ୍‌ଆଇର କାର୍ଯ୍ୟ ମନ୍ଥର ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ।

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂ ମଧ୍ୟ ଉପସ୍ଥିତ ଥିଲେ।

Related story