ଆଜି ପବିତ୍ର ଦୋଳ ପୂର୍ଣ୍ଣିମା

ଭୁବନେଶ୍ୱର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ଦୋଳ ବେଦୀ ଉପରେ ଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସ୍ୱରସ୍ୱତୀ ବିରାଜମାନ ହୋଇ ଭକ୍ତମାନଙ୍କ ସହ ଫଗୁ ଅ‍ବିର ଖେଳିବେ। ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ସୁନାବେଶ ବା ରାଜାବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି। ଆଜି ରାତି ୩ଟାରୁ ଦ୍ୱାର ଫିଟା ଯାଇ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ସର୍ବାଙ୍ଗ […]

C6rtYeeV0AInfRg

Rakesh Mallick
  • Published: Sunday, 12 March 2017
  • , Updated: 12 March 2017, 01:40 PM IST

ଭୁବନେଶ୍ୱର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ପରମ୍ପରା ଅନୁଯାୟୀ ଦୋଳ ବେଦୀ ଉପରେ ଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସ୍ୱରସ୍ୱତୀ ବିରାଜମାନ ହୋଇ ଭକ୍ତମାନଙ୍କ ସହ ଫଗୁ ଅ‍ବିର ଖେଳିବେ। ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ସୁନାବେଶ ବା ରାଜାବେଶରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି।

ଆଜି ରାତି ୩ଟାରୁ ଦ୍ୱାର ଫିଟା ଯାଇ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ସର୍ବାଙ୍ଗ ଓ ନୂଆଲୁଗା ଲାଗି ଖଇକୋର ଭୋଗ ଆଦି ଅନୁଷ୍ଠିତ ହୋଇଛି। ପରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବା ପରେ ସୁନାବେଶ କରାଯାଇଛି। ଦୋଳ ଉତ୍ସବ ପାଇଁ ଦୋଳଗୋବିନ୍ଦ,ଲକ୍ଷ୍ମୀ ଓ ସରସ୍ୱତୀ ବିମାନରେ ଦୋଳ ମଣ୍ଡପ ବିଜେ କରିଛନ୍ତି।

 

 

 

Related story