ଆଜି ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ସେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଯିବେ। ପୂର୍ବାହ୍ନ ୧୦ଟାରେ ସେ ହିଞ୍ଜିଳି ଅନ୍ତର୍ଗତ ଶେରଗଡ଼ରେ ଓହ୍ଲାଇବେ। ସେଠାରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ଏକ ସାଧାରଣ ସଭା ସାରି ହିଞ୍ଜିଳିକାଟୁରେ ହେବାକୁ ଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେବେ। ତା’ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ନୂତନ […]

Naveen Patnaik

Rakesh Mallick
  • Published: Wednesday, 12 August 2015
  • , Updated: 12 August 2015, 02:16 AM IST

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମେ ସେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଯିବେ। ପୂର୍ବାହ୍ନ ୧୦ଟାରେ ସେ ହିଞ୍ଜିଳି ଅନ୍ତର୍ଗତ ଶେରଗଡ଼ରେ ଓହ୍ଲାଇବେ। ସେଠାରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର 'ଜୀବନ ବିନ୍ଦୁ' କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ଏକ ସାଧାରଣ ସଭା ସାରି ହିଞ୍ଜିଳିକାଟୁରେ ହେବାକୁ ଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେବେ। ତା'ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ନୂତନ ଗୃହର ଉଦଘାଟନ କରି ଗରିବଙ୍କୁ ଜମି ପଟ୍ଟା ପ୍ରଦାନ କରିବେ। ସେ ମଧ୍ୟାହ୍ନ ୧୨ଟା ୩୦ରେ ବ୍ରହ୍ମପୁର ଯିବେ। ବ୍ରହ୍ମପୁରର ମେଡ଼ିକାଲ କଲେଜ ପରିସରକୁ ଯାଇ ହେଲପ୍ ଡେସ୍କ ସମେତ ନବ ନିର୍ମିତ ନ୍ୟୁ କାଜୁଆଲିଟି, ରେଡ଼ିଓଲୋଜି ଡ଼ିପାର୍ଟମେଣ୍ଟ୍, ଫିଜିକାଲ୍ ମେଡ଼ିସିନ୍, ରିହାବିଲିଟେସନ୍ ବିଲଡ଼ିଂ ଓ ସେଣ୍ଟ୍ରାଲ୍ ଲାଇବ୍ରେରୀ କୋଠା ଉଦଘାଟନ କରିବେ। ଏହାପରେ ଗଞ୍ଜାମ କଳା ପରିଷଦର ଆଧୁନୀକିକରଣ ପାଇଁ ୫କୋଟି ଟଙ୍କା ବିନିମୟରେ ପ୍ରସ୍ତାବିତ ପ୍ରକଳ୍ପର ଉଦଘାଟନ କରିବେ।

Related story