ଆଜି ପବିତ୍ର ଜନ୍ମାଷ୍ଟମୀ, ମନ୍ଦିରଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ 

ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଏଥିପାଇଁ ସବୁଠି ଉତ୍ସବର ପରିବେଶ। ଭକ୍ତି ଓ ଶ୍ରଦ୍ଧାର ସହ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ପାଳନ କରାଯାଉଛି। ଏଥିପାଇଁ ରାଜ୍ୟରେ ମନ୍ଦିରଗୁଡିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି। ଭକ୍ତମାନେ ଉପବାସ ରଖି ପୂଜାର୍ଚ୍ଚନା ଲାଗି ଦେବାଳୟରେ ପହଞ୍ଚିବାରେ ଲାଗିଛନ୍ତି। ରାଜଧାନୀର ଇସକନ, ରାମ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଇସକନ୍ ମନ୍ଦିରରେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ […]

j

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 02:45 AM IST

ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଏଥିପାଇଁ ସବୁଠି ଉତ୍ସବର ପରିବେଶ। ଭକ୍ତି ଓ ଶ୍ରଦ୍ଧାର ସହ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ପାଳନ କରାଯାଉଛି। ଏଥିପାଇଁ ରାଜ୍ୟରେ ମନ୍ଦିରଗୁଡିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଛି। ଭକ୍ତମାନେ ଉପବାସ ରଖି ପୂଜାର୍ଚ୍ଚନା ଲାଗି ଦେବାଳୟରେ ପହଞ୍ଚିବାରେ ଲାଗିଛନ୍ତି। ରାଜଧାନୀର ଇସକନ, ରାମ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଇସକନ୍ ମନ୍ଦିରରେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି।

ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଆଜି କୃଷ୍ଣ ଜନ୍ମନୀତି ପାଳନ ହେବ। ସନ୍ଧ୍ୟାଧୂପ ପରେ ଏହି ନୀତି ହେବ। ବିଧି ଅନୁଯାୟୀ, ଦକ୍ଷିଣଘରୁ ମଦନମୋହନଙ୍କୁ ରତ୍ନସିଂହାସନ ଉପରେ ବିଜେ କରାଯାଇଥାଏ। ମହାପ୍ରଭୁଙ୍କ ବାଡରୁ ଆଜ୍ଞାମାଳ ପାଇ ମଦନମୋହନ ଜନ୍ମଚକଡାରେ ବିଜେ କରିଥାନ୍ତି। ସେଠାରେ ଦୁଇଜଣ ସେବାୟତ ଦେବକୀ ଓ ବସୁଦେବଙ୍କ ରୂପରେ ରୁପାଥାଳିରେ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ପ୍ରତିମା ଧରିଥାନ୍ତି। ଏହି ସମୟରେ ଶ୍ରୀମନ୍ଦିରକୁ ଅନ୍ଧକାର କରାଯାଇଥାଏ। ସେଠାରୁ ଶ୍ରୀକୃଷ୍ଣଙ୍କୁ ଝୁଲଣ ମଣ୍ଡପ ଦେଇ ସରସ୍ୱତୀ ମନ୍ଦିର ନିକଟକୁ ନିଆଯାଇଥାଏ। ପରେ ବିଭିନ୍ନ ନୀତିକାନ୍ତି ସହ ଶ୍ରୀକୃଷ୍ଣଙ୍କୁ ରୂପା ସାମୁକାରେ ଖୀର ପାନ ସହ ନାଭିଛେଦନ ନୀତି କରାଯାଇଥାଏ। ସେପଟେ କୃଷ୍ଣଜନ୍ମ ହୋଇସାରିବା ପରେ ମହାଭୋଇ ସେବାୟତ ମାନେ ମାଖନ, ସର, ଲବଣୀ ଆଦି ପ୍ରସ୍ତୁତି କରି ଶ୍ରୀକୃଷ୍ଣଙ୍କୁ ଅର୍ପଣ କରିବାର ବିଧିବିଧାନ ରହିଛି।

Related story