ଠିକା ଶିକ୍ଷକ ନିଯୁକ୍ତି ପ୍ରତ୍ୟାହାର ପ୍ରସଙ୍ଗ: ଆଜି ନବୀନ ନିବାସ ଘେରିବ ରାଜ୍ୟ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ଚାକିର ହରାଇବା ପ୍ରତିବାଦରେ ଆଜି ନବୀନ ନିବାସ ଘେରାଉ କରିବ ରାଜ୍ୟ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ। ଗଣଶିକ୍ଷା ବିଭାଗର ବେପରୁଆ ମନୋବୃତ୍ତି ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଚାକିରି ହରାଇଥିବା ସଂଘ ଅଭିଯୋଗ କରିଛି। ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଥିବା କଥା ସରକାର ଜାଣି ସୁଦ୍ଧା ଗଣଶିକ୍ଷା ବିଭାଗ କିପରି ନିଯୁକ୍ତି ଦେଲା ବୋଲି ସଂଘ ପ୍ରଶ୍ନ ଉଠାଇଛି। ଏହାର ପ୍ରତିବାଦରେ ପୂର୍ବରୁ ସଂଘ ପକ୍ଷରୁ ଗତ ସୋମବାର ଦିନ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ […]

teacher

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 02:22 AM IST

ଭୁବନେଶ୍ୱର: ଚାକିର ହରାଇବା ପ୍ରତିବାଦରେ ଆଜି ନବୀନ ନିବାସ ଘେରାଉ କରିବ ରାଜ୍ୟ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘ। ଗଣଶିକ୍ଷା ବିଭାଗର ବେପରୁଆ ମନୋବୃତ୍ତି ପାଇଁ ଚୁକ୍ତିଭିତ୍ତିକ ଶିକ୍ଷକ ଚାକିରି ହରାଇଥିବା ସଂଘ ଅଭିଯୋଗ କରିଛି। ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଥିବା କଥା ସରକାର ଜାଣି ସୁଦ୍ଧା ଗଣଶିକ୍ଷା ବିଭାଗ କିପରି ନିଯୁକ୍ତି ଦେଲା ବୋଲି ସଂଘ ପ୍ରଶ୍ନ ଉଠାଇଛି। ଏହାର ପ୍ରତିବାଦରେ ପୂର୍ବରୁ ସଂଘ ପକ୍ଷରୁ ଗତ ସୋମବାର ଦିନ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେହିପରି ଶିକ୍ଷକମାନେ ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା କାର୍ୟ୍ୟକ୍ରମ ମଧ୍ୟ ରହିଛି  ବୋଲି ରାଜ୍ୟ ହାଇସ୍କୁଲ ଚୁକ୍ତିଭିତ୍ତିକ ସିକ୍ଷକ ସଂଘ ସଭାପତି ପ୍ରଦୀପ ପ୍ରଧାନ କହିଛନ୍ତି।

Related story