ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନ ୫ଟା ୪୫ ମିନିଟ୍‌ରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଉଚ୍ଚଶିକ୍ଷା, ବାଣିଜ୍ୟ ଓ ପରିବହନ, ଆଇନ, ଅବକାରୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଆଦି ୬ଟି ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ। ଏହା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅଛି ଓଡ଼ିଶା ଅବକାରୀ ଆଇନ ୨୦୦୮ରେ ସଂଶୋଧନ ପ୍ରସ୍ତାବ। ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ଓଡ଼ିଶା ବେସରକାରୀ ସଂସ୍କୃତ କଲେଜର ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ବୃଦ୍ଧି, […]

-Naveen

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 02:18 AM IST

ଭୁବନେଶ୍ୱର: ଆଜି ଅପରାହ୍ନ ୫ଟା ୪୫ ମିନିଟ୍‌ରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଉଚ୍ଚଶିକ୍ଷା, ବାଣିଜ୍ୟ ଓ ପରିବହନ, ଆଇନ, ଅବକାରୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଆଦି ୬ଟି ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ। ଏହା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଅଛି ଓଡ଼ିଶା ଅବକାରୀ ଆଇନ ୨୦୦୮ରେ ସଂଶୋଧନ ପ୍ରସ୍ତାବ।

ଅନ୍ୟ ପ୍ରସ୍ତାବଗୁଡ଼ିକ ମଧ୍ୟରେ ଓଡ଼ିଶା ବେସରକାରୀ ସଂସ୍କୃତ କଲେଜର ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ବୃଦ୍ଧି, ଅନୁସୂଚିତ ଜାତି ଓ ଜନଜାତି ଅଧୀନରେ ଥିବା ଶିକ୍ଷକଙ୍କ ଚାକିରି ନିୟମାବଳୀରେ ସଂଶୋଧନ, ଓଡ଼ିଶା ସୁପରିୟର ଜୁଡିସିଆଲ ସର୍ଭିସ୍‌ ରୁଲ୍‌ରେ ସଂଶୋଧନ ସହିତ ଓଡ଼ିଶା ରାଜସ୍ୱ ସେବା ଗ୍ରୁପ୍ ବି’ ରୁଲ୍ ଅନୁମୋଦନ ଉପରେ ମଧ୍ୟ ମୋହର ଲାଗିପାରେ ଆଜିର ବୈଠକରେ।

Related story