ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ବୈଠକ, ସର୍ଦ୍ଦାର ରାଜା ମେଡିକାଲ୍ କଲେଜକୁ ସରକାର ହାତକୁ ନେବା ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ଆଜି ସଚ୍ଚିବାଳୟରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ବୈଠକ। ଦିନ ୧୧ଟା୩୦ମିନିଟରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ। ବୈଠକରେ ୯ଟି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ମୋହର ଲାଗିପାରେ। କଳାହାଣ୍ଡି ଜାରିଙ୍ଗ ଠାରେ ଥିବା ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ସରକାର ହାତକୁ ନେବା ପ୍ରସ୍ତାବ ନେଇ ଆଲୋଚନା ପରେ ଅନୁମୋଦନ ମିଳିପାରେ। ଭିତ୍ତିଭୂମି ନଥିବାରୁ ଏହି କଲେଜକୁ ଏମସିଆଇ ଅନୁମୋଦନ ମିଳି ନଥିଲା। ସେହିପରି ଆଜିର ବୈଠକରେ ସ୍କୁଲ ଓ ଗଣ […]

sec

Rakesh Mallick
  • Published: Wednesday, 30 September 2015
  • , Updated: 30 September 2015, 04:54 AM IST

ଭୁବନେଶ୍ୱର: ଆଜି ସଚ୍ଚିବାଳୟରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ବୈଠକ। ଦିନ ୧୧ଟା୩୦ମିନିଟରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ। ବୈଠକରେ ୯ଟି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ମୋହର ଲାଗିପାରେ। କଳାହାଣ୍ଡି ଜାରିଙ୍ଗ ଠାରେ ଥିବା ସର୍ଦ୍ଦାର ରାଜା ମେଡିକାଲ କଲେଜକୁ ସରକାର ହାତକୁ ନେବା ପ୍ରସ୍ତାବ ନେଇ ଆଲୋଚନା ପରେ ଅନୁମୋଦନ ମିଳିପାରେ। ଭିତ୍ତିଭୂମି ନଥିବାରୁ ଏହି କଲେଜକୁ ଏମସିଆଇ ଅନୁମୋଦନ ମିଳି ନଥିଲା। ସେହିପରି ଆଜିର ବୈଠକରେ ସ୍କୁଲ ଓ ଗଣ ଶିକ୍ଷା, ଖାଦ୍ୟ ଯୋଗାଣ, ରାଜସ୍ୱ, ଜଳ ସମ୍ପଦ ଓ ଉଚ୍ଚ ଶିକ୍ଷା ବିଭାଗର ପ୍ରସ୍ତାବଗୁଡ଼ିକ ଉପରେ ମୋହର ଲାଗିପାରେ। ଉଚ୍ଚ ଶିକ୍ଷା ବିଭାଗର ବିଶ୍ୱ ବ୍ୟାଙ୍କ ସହାୟତା ସମ୍ପର୍କିତ ଏକ ପ୍ରସ୍ତାବ କ୍ୟାବିନେଟ୍ ଅନୁମୋଦ ଲାଭ କରିପାରେ। ରାଜସ୍ୱ ବିଭାଗର ଜାତୀୟ ଶିକ୍ଷକ ପରିଷଦ ପାଇଁ ଜମି ଯୋଗାଣ ସମ୍ପର୍କିତ ପ୍ରସ୍ତାବ ଉପରେ ମଧ୍ୟ ମୋହର ଲାଗିପାରେ। ଇଲେକ୍ଟ୍ରିସିଟି ଡ୍ୟୁଟି ଆକ୍ଟ ୧୯୬୧ରେ ସଂଶୋଧନ ଓ ଖରିଫ ଋତୁ ପାଇଁ ଫୁଡ୍ ଆଣ୍ଡ୍ ପ୍ରୋକ୍ୟୋରମେଣ୍ଟ୍ ପିଲିସି ପ୍ରସ୍ତାବକୁ ମଧ୍ୟ ମିଳିପାରେ ଅନୁମୋଦନ।

Related story