ଯୁକ୍ତ ଦୁଇ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ଆଡମିଶନ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏକାସଙ୍ଗେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଛାତ୍ରଛାତ୍ରୀମାନେ ନାମ ଲେଖାଉଛନ୍ତି। ଆଡମିଶନ୍ ଦିନ ୧୦ଟାରୁ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ପ୍ରକ୍ରିୟା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀମାନେ କେଉଁ ସମୟରେ ଆଡମିଶନ୍‌ କରିବେ ତାହା ସଂପୃକ୍ତ କଲେଜଗୁଡ଼ିକ ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମୋଟ ୩ […]

student

Rakesh Mallick
  • Published: Thursday, 16 June 2016
  • , Updated: 16 June 2016, 06:39 PM IST

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ଆଡମିଶନ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏକାସଙ୍ଗେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ଛାତ୍ରଛାତ୍ରୀମାନେ ନାମ ଲେଖାଉଛନ୍ତି। ଆଡମିଶନ୍ ଦିନ ୧୦ଟାରୁ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ପ୍ରକ୍ରିୟା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଛାତ୍ରଛାତ୍ରୀମାନେ କେଉଁ ସମୟରେ ଆଡମିଶନ୍‌ କରିବେ ତାହା ସଂପୃକ୍ତ କଲେଜଗୁଡ଼ିକ ନିଷ୍ପତ୍ତି ନେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମୋଟ ୩ ଲକ୍ଷ ୨୩ ହଜାର ୮୩୦ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଥମ ସିଲେକ୍ସର  ସମସ୍ତ ତଥ୍ୟ କଲେଜଗୁଡ଼ିକର ୱେବସାଇଟ୍‌ରେ ୨୩ ତାରିଖରେ ପ୍ରକାଶ ପାଇବ।

ଯୁକ୍ତ ଦୁଇ ନାମଲେଖା ପାଇଁ ଗତ ୧୩ ତାରିଖରେ  ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ଲିଷ୍ଟ୍ ପ୍ରକାଶ ପାଇଥିଲା।

ଆସନ୍ତା ୨୫ରେ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍ ତାଲିକା ପ୍ରକାଶ ପାଇବ।

Related story