ଆଜିଠୁ ବିଜେଡିର ଜନସଂପର୍କ ପଦଯାତ୍ରା

ଭୁବନେଶ୍ୱର: ଆଜିଠୁ ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନସମ୍ପର୍କ ପଦଯାତ୍ରା। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର ଗଙ୍ଗନଗରପଲ୍ଲୀରୁ ପଦଯାତ୍ରାର ଶୁଭାରମ୍ଭ କରିବେ। ଦଳର ୩୨ଟି ସାଂଗଠନିକ ଜିଲ୍ଲାରେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ପଦଯାତ୍ରାରେ ସାମିଲ ହେବେ। ଅକ୍ଟୋବର ୧୧ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରା ଚାଲିବ। ଏଥିରେ ଦଳ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ନିର୍ବାଚନ ପ୍ରତିଶ୍ରୁତି ପାଳନ କଥା ଲୋକଙ୍କୁ କହିବ। ଏହାସହ କେନ୍ଦ୍ରୀୟ ଅବହେଳା […]

bjd

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 01:53 AM IST

ଭୁବନେଶ୍ୱର: ଆଜିଠୁ ଗାନ୍ଧୀ ଜୟନ୍ତୀରୁ ବିଜେଡି ଆରମ୍ଭ କରିବ ଜନସମ୍ପର୍କ ପଦଯାତ୍ରା। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର ଗଙ୍ଗନଗରପଲ୍ଲୀରୁ ପଦଯାତ୍ରାର ଶୁଭାରମ୍ଭ କରିବେ। ଦଳର ୩୨ଟି ସାଂଗଠନିକ ଜିଲ୍ଲାରେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ପଦଯାତ୍ରାରେ ସାମିଲ ହେବେ। ଅକ୍ଟୋବର ୧୧ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରା ଚାଲିବ। ଏଥିରେ ଦଳ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ନିର୍ବାଚନ ପ୍ରତିଶ୍ରୁତି ପାଳନ କଥା ଲୋକଙ୍କୁ କହିବ। ଏହାସହ କେନ୍ଦ୍ରୀୟ ଅବହେଳା କଥା ମଧ୍ୟ ଲୋକଙ୍କ ପାଖକୁ ନେଇ ବିଜେଡି ଯିବ।

Related story