ମନ୍ତ୍ରୀସ୍ତରୀୟ ଆଲୋଚନା ବିଫଳ, ଆନ୍ଦୋଳନ ଜାରି ରଖିବାକୁ ଶିକ୍ଷକଙ୍କ ଚେତାବନୀ

ଭୁବନେଶ୍ୱର: ପୁଣି ରାଜରାସ୍ତାକୁ ଓହ୍ଲେଇଲେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ (ଏସ୍‌ଟିଏଫଓ)। ବ୍ଲକ୍ ଗ୍ରାଣ୍ଟ୍ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ଦାବି ସହ ଶିକ୍ଷକଙ୍କୁ ପୋଲିସର ଲାଠିମାଡ଼ ଘଟଣାକୁ  ନିନ୍ଦା କରି ଏସ୍‌ଟିଏଫଓ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି। ଦିନ ପ୍ରାୟ ଗୋଟାଏ ବେଳେ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ଶିକ୍ଷକମାନେ ବାହାରି ଥିଲେ। ରାଜଭବନ ହୋଇ ନବୀନ ନିବାସ ଆଡକୁ ଅଗ୍ରସର ହେଉଥିବା ବେଳେ ଶିଶୁ ଭବନ ଛକରେ ଆନ୍ଦୋଳନକାରୀ ଶିକ୍ଷକଙ୍କୁ ପ୍ରତିରୋଧ କରିଥିଲେ ସୁରକ୍ଷାକର୍ମୀ। […]

teacher

Rakesh Mallick
  • Published: Tuesday, 09 February 2016
  • , Updated: 09 February 2016, 03:17 PM IST

ଭୁବନେଶ୍ୱର: ପୁଣି ରାଜରାସ୍ତାକୁ ଓହ୍ଲେଇଲେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ (ଏସ୍‌ଟିଏଫଓ)। ବ୍ଲକ୍ ଗ୍ରାଣ୍ଟ୍ ଉଚ୍ଛେଦ, ପୂର୍ଣ୍ଣ ଅନୁଦାନ ଦାବି ସହ ଶିକ୍ଷକଙ୍କୁ ପୋଲିସର ଲାଠିମାଡ଼ ଘଟଣାକୁ  ନିନ୍ଦା କରି ଏସ୍‌ଟିଏଫଓ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି। ଦିନ ପ୍ରାୟ ଗୋଟାଏ ବେଳେ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ଶିକ୍ଷକମାନେ ବାହାରି ଥିଲେ। ରାଜଭବନ ହୋଇ ନବୀନ ନିବାସ ଆଡକୁ ଅଗ୍ରସର ହେଉଥିବା ବେଳେ ଶିଶୁ ଭବନ ଛକରେ ଆନ୍ଦୋଳନକାରୀ ଶିକ୍ଷକଙ୍କୁ ପ୍ରତିରୋଧ କରିଥିଲେ ସୁରକ୍ଷାକର୍ମୀ। ସେହିଠାରେ ବସି ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣା ଦେଇଥିଲେ। ଶିକ୍ଷକ ପ୍ରତିନିଧି ଓ ୩ଜଣ ମନ୍ତ୍ରୀଙ୍କୁ ନେଇ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ପ୍ରକୋଷ୍ଠରେ ବସିଥିବା ବୈଠକ ବିଫଳ ହୋଇଯାଇଛି। ଫଳରେ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏଥିରେ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ, ମନ୍ଦ୍ରାସା, ସଂସ୍କୃତ ଶିକ୍ଷକଙ୍କ ସହ ବ୍ଲକଗ୍ରାଣ୍ଡ୍ ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷେ ମନ୍ତ୍ରୀସ୍ତରୀୟ ବୈଠକରେ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇପାରିନାହିଁ। ଆନ୍ଦୋଳନ ଜାରି ରଖିବାକୁ ଶିକ୍ଷକ ସଂଘ ଘୋଷଣା କରିଛି। ୧୯ ତାରିଖ ପୂର୍ବରୁ ପୂର୍ଣ୍ଣ ଅନୁଦାନ ଘୋଷଣା କରା ନ ଗଲେ ଅସହଯୋଗ କରାଯିବା ସହ ମାଟ୍ରିକ ପରୀକ୍ଷା ଓ ଖାତା ମୂଲ୍ୟାୟନକୁ ବର୍ଜନ କରାଯାଇଛି।ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ପ୍ରକୋଷ୍ଠରେ ଶିକ୍ଷକଙ୍କ ସମସ୍ୟା ନେଇ ମନ୍ତ୍ରୀସ୍ତରୀୟ ବୈଠକ ବସିଥିଲା। ଏଥିରେ ମନ୍ତ୍ରୀ ବିକ୍ରମ ଆରଖୁ ଏବଂ ଅତନୁ ସବ୍ୟସାଚୀ ନାୟକ ଓ ଶିକ୍ଷକ ମହାସଂଘର ୮ ଜଣିଆ ପ୍ରତିନିଧି ଦଳ ଯୋଗଦେଇଥିଲେ।

Related story