ଆଉ ଜଣେ ମହିଳାଙ୍କ ଅଭିଯୋଗ: ସାରଥିଙ୍କ ସହ ତାଙ୍କ ରୁମକୁ ନ ଯିବାରୁ ସ୍ୱାମୀ ନିର୍ଯାତନା ଦେଉଥିଲେ

କେନ୍ଦ୍ରାପଡା: ସାରଥିଙ୍କ ବିରୋଧରେ ଆସିଛି ପୁଣି ଏକ ଚାଞ୍ଚଲ୍ୟକର ଅଭିଯୋଗ । ବିବାଦୀୟ ଯୁବତୀଙ୍କ ପରେ ଏଥର ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ନିକିରାଇ ଥାନା ଅଞ୍ଚଳର ଜଣେ ବିବାହିତା ମହିଳା। ବାବା ସାରଥିଙ୍କ ସହ ତାଙ୍କ କୋଠରୀକୁ ନ ଯିବାରୁ, ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ସିଆର୍ପିସିର ଧାରା ୧୬୪ ଅନୁଯାୟୀ, ମହିଳା ଜଣକ ଆଜି କେନ୍ଦ୍ରାପଡ଼ା ଜେଏମ୍ଏଫସିଙ୍କ ନିକଟରେ ନିଜ ବୟାନ ରେକର୍ଡ କରିଛନ୍ତି। ମହିଳାଙ୍କ ସୂଚନା […]

SARATHI AND MAHILA

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 02:20 PM IST

କେନ୍ଦ୍ରାପଡା: ସାରଥିଙ୍କ ବିରୋଧରେ ଆସିଛି ପୁଣି ଏକ ଚାଞ୍ଚଲ୍ୟକର ଅଭିଯୋଗ । ବିବାଦୀୟ ଯୁବତୀଙ୍କ ପରେ ଏଥର ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ନିକିରାଇ ଥାନା ଅଞ୍ଚଳର ଜଣେ ବିବାହିତା ମହିଳା। ବାବା ସାରଥିଙ୍କ ସହ ତାଙ୍କ କୋଠରୀକୁ ନ ଯିବାରୁ, ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ସିଆର୍ପିସିର ଧାରା ୧୬୪ ଅନୁଯାୟୀ, ମହିଳା ଜଣକ ଆଜି କେନ୍ଦ୍ରାପଡ଼ା ଜେଏମ୍ଏଫସିଙ୍କ ନିକଟରେ ନିଜ ବୟାନ ରେକର୍ଡ କରିଛନ୍ତି। ମହିଳାଙ୍କ ସୂଚନା ଅନୁଯାୟୀ, ଗତ ଜାନୁୟାରୀ ୧୮ ତାରିଖରେ ସେ ବିବାହ କରିଥିଲେ । ଚତୁର୍ଥୀ ଦିନ ତାଙ୍କ ସ୍ୱାମୀ ତାଙ୍କୁ ବାରିମୂଳ ଆଶ୍ରମକୁ ନେଇଯାଇଥିଲେ। ସାରଥିଙ୍କ ଆଶୀର୍ବାଦ ନେବା ପରେ, ମହିଳାଙ୍କ ସ୍ୱାମୀ ବାହାରକୁ ଚାଲି ଯାଇଥିଲେ। ପରେ ସେଠାରେ ଥିବା ସାରଥିଙ୍କ କେତେକ ସହଯୋଗୀ, ତାଙ୍କୁ ବାବାଙ୍କ ସହ ତାଙ୍କ ରୁମକୁ ଯିବାକୁ ବାଧ୍ୟ କରିଥିଲେ। କିନ୍ତୁ ସେ ରାଜି ହୋଇ ନ ଥିଲେ। ଘରକୁ ଫେରିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ବାରମ୍ୱାର ନିର୍ଯାତନା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଗତ ଅଗଷ୍ଟ ୧୨ ତାରିଖରେ ମହିଳା ଜଣକ ନିକିରାଇ ଥାନାରେ ଯୌତୁକ ନିର୍ଯାତନା ଆଣିଥିଲେ। ତେବେ ଆଜି ସେ ପୁଣି ଥାନାକୁ ଯାଇ ମୌଖିକ ଭାବେ ଆଶ୍ରମରେ ଘଟିଥିବା ଘଟଣା ବିଷୟ କହିଥିଲେ । ଏହାପରେ ଥାନା ଅଧିକାରୀ ତାଙ୍କୁ କେନ୍ଦ୍ରାପଡ଼ା ଆଣି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରଟଙ୍କ ନିକଟରେ ବୟାନ ରେକର୍ଡ କରିଛନ୍ତି।

ଗତ ଶନିବାର ବିବାଦୀୟ ଯୁବତୀ ଜଣଙ୍କ ଶନିବାର ସାରଥିଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ୍ ନିକଟରେ ଏହି ମାମଲା ଦାୟର କରିଥିଲେ । ଏଥିରେ ଯୁବତୀ ଜଣଙ୍କ କହିଥିଲେ, ଚାପରେ ପଡ଼ି ସେ ମଙ୍ଗଳାବାଗ ଥାନାରେ ୪ ଜଣଙ୍କ ବିରୋଧରେ ବ୍ଲାକମେଲିଂ ଏତଲା ଦେଇଥିଲେ । ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ଜଣେ ମହିଳା ତାଙ୍କୁ ଫୋନ କରି ଏହି ମାମଲା ରୁଜୁ କରିବାକୁ କହିଥିଲେ । ଉକ୍ତ ମହିଳାଙ୍କ ନାଁ ମିଲି ବୋଲି ସେ ତାଙ୍କ ଏଫଆଇଆରରେ ଦର୍ଶାଇଥିବା କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ. ଶର୍ମା କହିଥିଲେ । ବିବାଦୀୟ ଯୁବତୀ ଜଣଙ୍କ ଆଉ ଜଣେ ମହିଳାଙ୍କ ନାଁରେ ବି ଏତଲା ଦେଇଥିଲେ । ସେ ସାରଥିଙ୍କ ଆଶ୍ରମର ଜଣେ ଭକ୍ତ ବୋଲି ଏଫଆଇଆରରେ ଦର୍ଶାଇଥିଲେ । ବିବାଦୀୟ ଯୁବତୀ ଜଣଙ୍କ ଆହୁରି ମଧ୍ୟ କହିଥିଲେ ଯେ,  ସାରଥି ତାଙ୍କୁ ଫୋନ କରି ଧମକ ଦେଇଥିଲେ । ଏପରି କି ତାଙ୍କୁ ମାରିବା ପାଇଁ ୧୦ ଲକ୍ଷ ଟଙ୍କାର ସୁପାରି ଦିଆଯାଇଥିଲା ବୋଲି ସେ କହିଥିଲେ।

ପୂର୍ବରୁ ସାରଥିଙ୍କ ସହିତ ଏହି ଯୁବତୀ ଜଣଙ୍କ ହାଇଦ୍ରାବାଦର ଗୋଲକୁଣ୍ଡା ହୋଟେଲରେ ରହିଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଜୋର ଧରିଥିଲା ବିବାଦ। ବିଭିନ୍ନ ଗଣମାଧ୍ୟମରେ ଏହି ଖବର ସହ ସାରଥିଙ୍କ ଜିନ୍ସ ପିନ୍ଧା ଫଟୋ ପ୍ରକାଶ ପାଇଥିଲା । ତେବେ ଅଭିଯୋଗକୁ ଖଣ୍ଡନ କରିବା ସହ ସେ ନିକଟରେ ହାଇଦ୍ରାବାଦ ଯାଇ ନ ଥିଲେ ବୋଲି କହିଥିଲେ। ତେବେ ଗଣମାଧ୍ୟମରେ ଇଣ୍ଡିଗୋ ଫ୍ଲ।ଇଟରେ ସାରଥି ଓ ଜଣେ ମହିଳାଙ୍କ ନାଁରେ ବୁକ୍ ହୋଇଥିବା ଟିକେଟ୍ ବି ପ୍ରଦର୍ଶନ କରାଯାଇଥିଲା। ଏହାପରେ ମୁହଁ ଖୋଲିଥିଲେ ବିବାଦୀୟ ଯୁବତୀ। ଫୋନ୍ ଯୋଗେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଯୁବତୀ ଜଣଙ୍କ କହିଥିଲେ ଯେ, ତାଙ୍କୁ ବ୍ଲାକମେଲ କରାଯାଇଥିଲା । ସାରଥିଙ୍କୁ ନିଜ ସହ ହାଇଦ୍ରାବାଦ ନେବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା। ସେ ୪ ଜଣଙ୍କ ନାଁ ବି ନେଇ ଥିଲେ। ଏହାସହ ସେ କହିଥିଲେ ଯେ, ସାରଥିଙ୍କ କୌଣସି ଭୁଲ ନାହିଁ।  ଏ ନେଇ ସେ ୪ ଜଣଙ୍କ ନାଁରେ କଟକ ମଙ୍ଗଳାବାଗ ଥାନାରେ ମାମଲା ମଧ୍ୟ ଦାୟର କରିଥିଲେ।

Related story