ବିଳମ୍ୱରେ ଆସିଲା ଆମ୍ୱୁଲାନ୍ସ: ମାଆ ଓ ଶିଶୁର ମୃତ୍ୟୁ ଅଭିଯୋଗ

କଲ୍ୟାଣସିଂହପୁର: ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ କରିବାରୁ ପରିବାର ଲୋକେ ବାଧ୍ୟ ହୋଇ ଖଟିଆରେ ପ୍ରସୂତୀଙ୍କୁ ମେଡିକାଲ ବୋହିକୁ ନେଇଥିଲେ। ଘରଠାରୁ ପ୍ରାୟ ୨ କି.ମି. ଗଲା ପରେ ଆମ୍ୱୁଲାନ୍ସ ଆସି ପ୍ରସୂତୀଙ୍କୁ ନେଇଥିଲା। ହେଲେ ସେତେବେଳକୁ ପ୍ରସୂତୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଯାହା ଫଳରେ ଉଭୟ ମହିଳା ଓ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସଦର ପଞ୍ଚାୟତ ଘାଗୁଡିମାଳ ଗାଁରେ। ଘାଗୁଡ଼ିମାଳ ଗାଁର ହଂସବଂଶ […]

raigada

Rakesh Mallick
  • Published: Monday, 19 September 2016
  • , Updated: 19 September 2016, 07:37 PM IST

କଲ୍ୟାଣସିଂହପୁର: ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ କରିବାରୁ ପରିବାର ଲୋକେ ବାଧ୍ୟ ହୋଇ ଖଟିଆରେ ପ୍ରସୂତୀଙ୍କୁ ମେଡିକାଲ ବୋହିକୁ ନେଇଥିଲେ। ଘରଠାରୁ ପ୍ରାୟ ୨ କି.ମି. ଗଲା ପରେ ଆମ୍ୱୁଲାନ୍ସ ଆସି ପ୍ରସୂତୀଙ୍କୁ ନେଇଥିଲା। ହେଲେ ସେତେବେଳକୁ ପ୍ରସୂତୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଯାହା ଫଳରେ ଉଭୟ ମହିଳା ଓ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସଦର ପଞ୍ଚାୟତ ଘାଗୁଡିମାଳ ଗାଁରେ।

[embed]https://twitter.com/OdishaReporter/status/777848036626018305[/embed]

ଘାଗୁଡ଼ିମାଳ ଗାଁର ହଂସବଂଶ ଧନୀଙ୍କ ପ୍ରସବ ବେଦନା ବଢିବାରୁ ତାଙ୍କୁ ମେଡିକାଲ ନେବାକୁ ଆଶା କର୍ମୀ ୧୦୮ ଓ ୧୦୨ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ୧୦୨ ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ କରିବାରୁ ପରିବାର ଲୋକେ ଖଟିଆରେ ପ୍ରସୂତୀଙ୍କୁ ପ୍ରାୟ ୨ କି.ମି. ବୋହି ନେଇଥିଲେ। ସେଠାରୁ ୧୦୨ ଆମ୍ୱୁଲାନ୍ସ ଆସି ତାଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ବିଳମ୍ବରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାରୁ ସ୍ୱାସ୍ଥାବସ୍ଥା ଗୁରୁତର ହୋଇଯାଇଥିଲା। ସେଠାରେ ସେ ଏକ ମୃତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପିଲା ଜନ୍ମ ପରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଲା। ଫଳରେ ତାଙ୍କୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଆମ୍ବୁଲାନ୍ସରେ ମହିଳାଙ୍କୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସଦର ପଞ୍ଚାୟତଠାରୁ ମାତ୍ର ୪ କି.ମି. ଦୂର ଘାଗୁଡ଼ିମାଳ ଗାଁ ହୋଇଥିଲେ ମଧ୍ୟ ଭଲ ରାସ୍ତା ଖଣ୍ଡେ ନାହିଁ। ଯାହାଦ୍ୱାରା କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରେନି। ଅସୁସ୍ଥ ଲୋକଙ୍କୁ ଖଟିଆରେ ବୋହି ନେବାକୁ ପଡ଼େ। ଫଳରେ ଏପରି ଘଟଣା ବାରମ୍ବାର ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Related story