ଓଡ଼ିଆ କହି ପାରୁ ନଥିବାରୁ କ୍ଷମା ମାଗିଲେ ଶାହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀର ଜନତା ମଇଦାନରେ ବ୍ଲକ ସ୍ତରରୁ ଆସିଥିବା କର୍ମକର୍ତ୍ତାଙ୍କ ମହା ଅଧିବେଶନରେ ଅମିତ ଶାହ ଉଦ୍‌ବୋଧନ ଦେଇ ମିଶନ୍‌ ୧୨୦ କିପରି ହାସଲ ହେବ ଗୁରୁମନ୍ତ୍ର ଦେଇଥିଲେ। ଏହାସହ କେନ୍ଦ୍ର ସରକାର କ’ଣ କ’ଣ ଯୋଜନା କରୁଛନ୍ତି ତାହାର କଚ୍ଚା ଚିଠା ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ପ୍ରାୟ ୨୫ ମିନିଟ୍‌ର ଉଦ୍‌ବୋଧନ ଶାହ ହିନ୍ଦୀରେ ଦେଇଥିଲେ। ଓଡ଼ିଶା ଆସି ହିନ୍ଦୀରେ ଉଦବୋଧନ ଦେଇଥିବାରୁ ଶାହ ରାଜ୍ୟବାସୀଙ୍କୁ କ୍ଷମା […]

Rakesh Mallick
  • Published: Friday, 08 September 2017
  • , Updated: 08 September 2017, 07:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀର ଜନତା ମଇଦାନରେ ବ୍ଲକ ସ୍ତରରୁ ଆସିଥିବା କର୍ମକର୍ତ୍ତାଙ୍କ ମହା ଅଧିବେଶନରେ ଅମିତ ଶାହ ଉଦ୍‌ବୋଧନ ଦେଇ ମିଶନ୍‌ ୧୨୦ କିପରି ହାସଲ ହେବ ଗୁରୁମନ୍ତ୍ର ଦେଇଥିଲେ। ଏହାସହ କେନ୍ଦ୍ର ସରକାର କ’ଣ କ’ଣ ଯୋଜନା କରୁଛନ୍ତି ତାହାର କଚ୍ଚା ଚିଠା ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ପ୍ରାୟ ୨୫ ମିନିଟ୍‌ର ଉଦ୍‌ବୋଧନ ଶାହ ହିନ୍ଦୀରେ ଦେଇଥିଲେ। ଓଡ଼ିଶା ଆସି ହିନ୍ଦୀରେ ଉଦବୋଧନ ଦେଇଥିବାରୁ ଶାହ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏପରି କ୍ଷମା ମାଗି ଶାହ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରିଥିବା ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି।

କ୍ଷମା ମାଗି ଶାହ ରାଜ୍ୟବାସୀଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପକ୍ଷରେ ଏହି କ୍ଷମା ମାଗିବା ଛଳରେ ଶାହଙ୍କ ଟାର୍ଗେଟରେ ଥିଲେ ନବୀନ ପଟ୍ଟନାୟକ। ସେ ନବୀନଙ୍କ ନାଁ ନେଇ ନଥିଲେ, ହେଲେ କହିଥିଲେ- “ମୁଁ ଓଡ଼ିଶା କହିପାରୁନି ବୋଲି ଦୁଃଖ ଲାଗୁଛି। କାରଣ ମୁଁ ଓଡ଼ିଆ ପଢିନି କି ଶିଖି ନି। ଏଥିପାଇଁ ଓଡ଼ିଆବାସୀଙ୍କୁ କ୍ଷମା ମାଗୁଛି। ଅନ୍ୟମାନେ ଯିଏ ଓଡ଼ିଆ କହୁ ନାହାଁନ୍ତି, ସେ (ନବୀନ ପଟ୍ଟନାୟକ) କ୍ଷମା ମାଗୁଛନ୍ତି କି ?”

Related story