୨୭ ବର୍ଷର ବରକୁ ୬୫ ବର୍ଷର କନିଆ

ପ୍ରେମରେ ନଥାଏ ଜାତି ଧର୍ମ ବର୍ଣ୍ଣର ବନ୍ଧନ। ପ୍ରେମକୁ ବି ବାନ୍ଧି ପାରେନି ବୟସର ସୀମା ସରହଦ । ଏହା ଖୋଲା ଆକାଶରେ ଉଡ଼ୁଥିବା ମୁକ୍ତ ବିହଙ୍ଗ ପରି । ପ୍ରେମ ପାଇଁ ମଣିଷ କିଛି ବି କରିପାରେ। ଏଭଳି ପ୍ରେମର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାରେ।  ଏଠି ଜଣେ ୬୫ ବର୍ଷୀୟା ମହିଳାଙ୍କ ସହ ୨୭ ବର୍ଷର ପୁଅ ମଧ୍ୟରେ ହୋଇଛି ନିଆରା ପ୍ରେମ ବିବାହ  । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା […]

h-22-1

h-22-1

Rakesh Mallick
  • Published: Tuesday, 26 June 2018
  • Updated: 27 June 2018, 07:54 AM IST

Sports

Latest News

ପ୍ରେମରେ ନଥାଏ ଜାତି ଧର୍ମ ବର୍ଣ୍ଣର ବନ୍ଧନ। ପ୍ରେମକୁ ବି ବାନ୍ଧି ପାରେନି ବୟସର ସୀମା ସରହଦ । ଏହା ଖୋଲା ଆକାଶରେ ଉଡ଼ୁଥିବା ମୁକ୍ତ ବିହଙ୍ଗ ପରି । ପ୍ରେମ ପାଇଁ ମଣିଷ କିଛି ବି କରିପାରେ। ଏଭଳି ପ୍ରେମର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାରେ।  ଏଠି ଜଣେ ୬୫ ବର୍ଷୀୟା ମହିଳାଙ୍କ ସହ ୨୭ ବର୍ଷର ପୁଅ ମଧ୍ୟରେ ହୋଇଛି ନିଆରା ପ୍ରେମ ବିବାହ  । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି। ହରିୟାଣାର କେଥଲ ବାସିନ୍ଦା ପ୍ରବୀଣଙ୍କୁ ଆମେରିକାର କ୍ୟାରନ୍ ଲିଲିୟନ ଏନବର୍ ନାମକ ଜଣେ ମହିଳା ବିବାହ କରିଛନ୍ତି। ସବୁଠାରୁ ଖାସ୍‌ କଥା ହେଉଛି ଏମାନଙ୍କ ମଧ୍ୟରେ ଥିବା ବୟସର ପାର୍ଥକ୍ୟ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ,  ପ୍ରବୀଣଙ୍କୁ ୨୭ ବର୍ଷ ହୋଇଥିବାବେଳେ ତାଙ୍କ ପତ୍ନୀ ଏନବର୍‌ଙ୍କୁ ୬୫ ବର୍ଷ। ଏନବର୍ ହେଉଛନ୍ତି ଆମେରିକାର ଜଣେ ବିଧବା ମହିଳା।

ତାଙ୍କ ସ୍ୱାମୀଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।  ସେ ନିଜ ପ୍ରେମକୁ ପାଇବା ପାଇଁ ସାତ ଦରିଆ ପାରକରି ଆସିଥିଲେ ହରିୟାଣା। ଏଠାରେ ସେ ଶିଖ୍‌ ରୀତି ନୀତି ଅନୁଯାୟୀ ପ୍ରବୀଣଙ୍କୁ ବିବାହ କରିଛନ୍ତି।  ବିବାହ ପରେ ଉଭୟେ ଭଡ଼ାଘରେ ଏକାଠି ରହୁଛନ୍ତି।

ସୂଚନା ଅନୁଯାୟୀ ଜୁଲାଇ ୧୮ ତାରିଖରେ ଏନବର୍ ଆମେରିକାକୁ ଫେରିଯିବେ। କିନ୍ତୁ ଏହା ପୂର୍ବରୁ ସେ ଭାରତର ସମସ୍ତ ପ୍ରସିଦ୍ଧ ସ୍ଥାନ ବୁଲିବାକୁ ଚାହୁଁଛନ୍ତି। ଉଭୟଙ୍କ ପ୍ରେମକାହାଣୀ ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିଲା। ୨୦୧୭ ମସିହା ନଭେମ୍ବରରୁ ଉଭୟ ସୋସିଆଲ ମିଡିଆରେ ସମ୍ପର୍କରେ ଆସିଥିଲେ ।  ଫେସ୍‌ବୁକ୍‌ରେ ଚାଟିଂ ପରେ  ଭାବଦିଆନିଆ ଆଉ ତା’ପରେ ଗଢ଼ିଉଠିଥିଲା ବନ୍ଧୁତାର ସମ୍ପର୍କ। ଧୀରେ ଧୀରେ ଏହା ପ୍ରେମରେ ପରିଣତ ହୋଇଥିଲା। ବୟସର ଅକାଶ ପାତାଳ ବ୍ୟବଧାନ ନେଇ ମଧ୍ୟ କେବେ କୌଣସି ପ୍ରକାରର ମନାନ୍ତର କି ମତାନ୍ତର ହୋଇ ନ ଥିଲା। ଅନେକ ଦିନ ପ୍ରେମ ସମ୍ପର୍କରେ ରହିବା ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଏନବର୍ ପରିବାର ଲୋକଙ୍କ ସହମତିରେ ସାତ ଦରିଆ ପାର ହୋଇ ଭାରତକୁ ଆସି ପ୍ରବୀଣଙ୍କୁ ବିବାହ କରିଥିଲେ।

କ୍ୟାରନଙ୍କୁ ନିଜ ବିଷୟରେ ସମସ୍ତ ସତ କଥା କହିଦେଇଥିଲେ ପ୍ରବୀଣ । ଯେବେ ଏନବର୍ ଭାରତ ଆସିବା କଥା କହିଲେ, ପ୍ରବୀଣ ତାଙ୍କୁ କହିଦେଇଥିଲେ ଯେ ତାଙ୍କ ପାଖରେ ଏୟାରପୋର୍ଟ ଯାଏଁ ଗାଡ଼ି ନେଇ ଯିବାକୁ ମଧ୍ୟ ପଇସା ନାହିଁ। ଏହା ଶୁଣି ଏନବର୍ ଏୟାରପୋର୍ଟରୁ ଗାଁକୁ ବସ୍‌ରେ ଯିବାକୁ କରିଥିଲେ। ଏହା ହିଁ କ୍ୟାରନଙ୍କର ପ୍ରବୀଣଙ୍କ ପ୍ରତି ଗଭୀର ଭଲପାଇବାର ପ୍ରମାଣ।

ପ୍ରବୀଣ ଏମ୍‌ଏ ପଢ଼ିଛନ୍ତି। ଚାକିରି ନ ମିଳିବାରୁ ସେ ରାଜ ମିସ୍ତ୍ରୀ କାମ କରୁଛନ୍ତି। ଏନବର୍ ମାସେ ପରେ ଆମେରିକା ଯାଉଛନ୍ତି । ପ୍ରବୀଣ ମଧ୍ୟ ତାଙ୍କ ସହ ଯିବାକୁ ଚାହୁଁଛନ୍ତି। ହେଲେ ତାଙ୍କ ପାଖରେ ପାସପୋର୍ଟ ନାହିଁ। ଏବେ ସେ ପାସପୋର୍ଟ ପାଇଁ ଆବେଦନ କରିଛନ୍ତି।  ସେ ପ୍ରଥମେ ଟୁରିଷ୍ଟ ଭିଜାରେ ଆମେରିକା ଯିବେ। ଯଦି ସ୍ଥାୟୀ ପାସପୋର୍ଟ ନ ମିଳେ ତେବେ କ୍ୟାରନ୍‌ ତାଙ୍କ ସହ ଭାରତରେ ହିଁ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos