୧୬ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ଅଙ୍ଗନୱାଡି କର୍ମୀ

ଭୁବନେଶ୍ୱର: ୧୬ ଦଫା ଦାବି ନେଇ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା। ଅଙ୍ଗନୱାଡି ର୍କୀମାନେ ଏକ ବିଶାଳ ରାଲିରେ ଆସି ବିଧାନସଭା ସମ୍ମୁଖୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୬ ଦଫା ଦାବି ନେଇ ହୋଇଥିବା ଏହି ବିକ୍ଷୋଭରେ ପ୍ରାୟ ୧୫,୦୦୦ କର୍ମୀ ସାମିଲ ହୋଇଥିଲେ। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲେ ମଧ୍ୟ ଅଙ୍ଗନୱାଡି […]

anganwadi-karmee

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 05:03 PM IST

ଭୁବନେଶ୍ୱର: ୧୬ ଦଫା ଦାବି ନେଇ ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଆଜି ରାଜରାସ୍ତାକୁ ଓହ୍ଲାଇଥିଲା। ଅଙ୍ଗନୱାଡି ର୍କୀମାନେ ଏକ ବିଶାଳ ରାଲିରେ ଆସି ବିଧାନସଭା ସମ୍ମୁଖୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୬ ଦଫା ଦାବି ନେଇ ହୋଇଥିବା ଏହି ବିକ୍ଷୋଭରେ ପ୍ରାୟ ୧୫,୦୦୦ କର୍ମୀ ସାମିଲ ହୋଇଥିଲେ। ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲେ ମଧ୍ୟ ଅଙ୍ଗନୱାଡି କର୍ମୀମାନେ ଖରାକୁ ଖାତିର ନ କରି ଦିନ ପ୍ରାୟ ୧୧ରେ ରାଲିରେ ବାହାରି ଥିଲେ। ରାଲି ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ବିଧାନସଭା ଅଭିମୁଖେ ଯାଇଥିଲା। ବିଧାନସଭା ସମ୍ମୁଖରେ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇବା ପରେ ସେହିଠାରେ ହିଁ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମାସିକ ଭତ୍ତା ସର୍ବନିମ୍ନ ୧୫,୦୦୦ ଟଙ୍କା, ୩୦୦୦ ଟଙ୍କା ପେନସନ, ଶତପ୍ରତିଶତ ସୁପରଭାଇଜର ପ୍ରମୋସନ ଆଦି ଦାବିରେ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା।

ବିକ୍ଷୋଭ ପରେ ସଂଘର ଏକ ପ୍ରତିନିଧି ଦଳ ସଚିବାଳୟରେ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଉଷାଦେବୀଙ୍କ ସହ ଆଲୋଚନା କରିଥିଲେ। ତେବେ ବିଭାଗୀୟ ସଚିବ ଓ ନିର୍ଦ୍ଦେଶକ ଅନୁପସ୍ଥିତ ଥିବାରୁ ଆସନ୍ତା ୧୦ ତାରିଖରେ ସଂଘ ସହ ପୁଣି ଆଲୋଚନା କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Related story