ଅଙ୍ଗନୱାଡ଼ି କର୍ମୀଙ୍କୁ ଦୀପାବଳି ଭେଟି: ବଢ଼ିଲା ଦରମା

Ordigital Desk
  • Published: Tuesday, 17 October 2017
  • , Updated: 17 October 2017, 07:30 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ଦୀପାବଳି ଭେଟିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେମାନଙ୍କ ଦରମା ବୃଦ୍ଧି କରାଯାଇଛି। ଆଗରୁ ଅଙ୍ଗନୱାଡ଼ି କର୍ମୀମାନେ ୪୦୦୦ ଟଙ୍କା ପାଉଥିଲେ। ଏବେ ସେମାନଙ୍କ ଦରମା ବୃଦ୍ଧି କରାଯାଇ ୬୦୦୦ ଟଙ୍କା ହେଲା। ମିନି ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ୨୬୫୦ ଟଙ୍କା ଥିଲା। ସେମାନଙ୍କ ଦରମା ବୃଦ୍ଧି କରାଯାଇ ୪୧୨୫ ଟଙ୍କା କରାଗଲା। ସେହିପରି ଅଙ୍ଗନୱାଡ଼ି ସହାୟିକାଙ୍କ ଦରମା ୨୦୦୦ ଟଙ୍କା ଥିଲା। ସେମାନଙ୍କ ଦରମା ବୃଦ୍ଧି କରାଯାଇ ୩୦୦୦ ଟଙ୍କା ହେଲା। ଆଜି ଅଙ୍ଗନୱାଡ଼ି କର୍ମୀଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।</p> <p>୧୮ ଦଫା ଦାବି ପୂରଣ ନେଇ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ୩୬ ଦିନ ଧରି ଭୁବନେଶ୍ୱର ଲୋୟର ପିଏମ୍&zwnj;ଜିରେ ଧାରଣାରେ ବସିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା।<br /> &lt;blockquote class=&quot;twitter-video&quot; data-lang=&quot;en&quot;&gt;&lt;p lang=&quot;or&quot; dir=&quot;ltr&quot;&gt;ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ବଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ &lt;a href=&quot;&quot;&gt;#Odisha&lt;/a&gt; &lt;a href=&quot;https://twitter.com/hashtag/BJD?src=hash&amp;amp;ref_src=twsrc%5Etfw&quot;&gt;#BJD&lt;/a&gt; &lt;a href=&quot;https://t.co/2Z3TnHBBu4&quot;&gt;pic.twitter.com/2Z3TnHBBu4&lt;/a&gt;&lt;/p&gt;&amp;mdash; Odisha Reporter (@OdishaReporter) &lt;a href=&quot;https://twitter.com/OdishaReporter/status/920290461335486464?ref_src=twsrc%5Etfw&quot;&gt;October 17, 2017&lt;/a&gt;&lt;/blockquote&gt;<br /> &lt;script async src=&quot;//platform.twitter.com/widgets.js&quot; charset=&quot;utf-8&quot;&gt;&lt;/script&gt;</p>

Related story