ଅନୁଗୋଳ: ସଞ୍ଜୟ ଦାସବର୍ମାଙ୍କୁ ବିରୋଧ ବେଳେ ବିଜେପି କର୍ମୀଙ୍କୁ ପିଟିଲେ ବିଜେଡି କର୍ମୀ

ଅନୁଗୋଳ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିରୋଧ ପ୍ରଦର୍ଶନ କରିବା ବେଳେ ଆଜି ଅନୁଗୋଳରେ ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ବିଜେଡି କର୍ମୀ। ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଯୁବ ବିଜେଡି ପକ୍ଷରୁ ୧୫ଟି ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଚାଲିଥିବା ବିକ୍ଷୋଭ ଓ ପ୍ରତିବାଦ ସଭା ପରିପ୍ରେକ୍ଷୀରେ ଆଜି ଅନୁଗୋଳରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସର୍କିଟ ହାଉସ୍‌ ସମ୍ମୁଖରେ ବିରୋଧ ପ୍ରଦର୍ଶନ […]

bjd-bjp

Rakesh Mallick
  • Published: Saturday, 30 July 2016
  • , Updated: 30 July 2016, 01:00 PM IST

ଅନୁଗୋଳ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିରୋଧ ପ୍ରଦର୍ଶନ କରିବା ବେଳେ ଆଜି ଅନୁଗୋଳରେ ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ବିଜେଡି କର୍ମୀ।

ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଯୁବ ବିଜେଡି ପକ୍ଷରୁ ୧୫ଟି ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଚାଲିଥିବା ବିକ୍ଷୋଭ ଓ ପ୍ରତିବାଦ ସଭା ପରିପ୍ରେକ୍ଷୀରେ ଆଜି ଅନୁଗୋଳରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ସର୍କିଟ ହାଉସ୍‌ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବାକୁ ଉଦ୍ୟମ କରିଥିଲେ ବିଜେପିର କିଛି ଯୁବ ଓ ମହିଳା କର୍ମୀ। ତେବେ ସେଠାରେ ଉପସ୍ଥିତ ବିଜେଡି କର୍ମୀ ସେମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ହୋଇଥିଲା। ପୋଲିସ୍‌ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଏସ୍‌ପି ଅନୁଗୋଳ ଏସ୍‌ପି କବିତା ଜଲାନ ଆହତ ହୋଇଥିଲା। ତାଙ୍କ ହାତରେ ଆଘାତ ଲାଗିଥିଲା।

ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଗସ୍ତ ପୂର୍ବରୁ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ଅନୁଗୋଳ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସକାଳେ ଅମଲାପଡ଼ାରେ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ନାରାବାଜି କରିଥିବା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ରୁଦ୍ର ପାଣିଙ୍କ ସମେତ ପ୍ରାୟ ୧୦ ଜଣ କର୍ମୀଙ୍କୁ ପୋଲିସ୍ ଅଟକ ରଖିଥିଲା।

ଏ ଘଟଣାକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି। ଦଳୀୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ଏ ଘଟଣାରୁ ପ୍ରମାଣିତ ହୋଇଛି ଯେ ରାଜ୍ୟରେ ଆତଙ୍କରାଜ ଚାଲିଛି।”

ସୂଚନାଯୋଗ୍ୟ, ମହାନଦୀ ପ୍ରସଙ୍ଗରେ ଗତକାଲି ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ କଳାପତାକା ଦେଖାଇଥିବା କିଛି ବିଜେପି କର୍ମୀଙ୍କୁ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଓ କର୍ପୋରେଟର ଅମରେଶ ଜେନାଙ୍କ ସମେତ କିଛି ଦଳୀୟ କର୍ମୀ ଗୋଡ଼ାଇ ଗୋଡ଼ାଇ ପିଟି ଥିଲେ। ଜଣେ ବିଜେପି କର୍ମୀଙ୍କୁ ସେମାନେ ତଳେ ପକାଇ ଗୋଇଠା ପରେ ଗୋଇଠା ମାରି ଥିଲେ।  ଏ ଘଟଣାରେ ବିଜେପି ପକ୍ଷରୁ ୨ ମନ୍ତ୍ରୀଙ୍କ ସମେତ ୫ ଜଣଙ୍କ ନାଁରେ ମନମୁଣ୍ଡା ଥାନାରେ ଏତଲା ଦିଆଯାଇଛି।

Related story