ଅନୁଗୋଳ: ନାବାଳିକାକୁ ନେଇ ପୁଅ ଫେରାର୍‌, ବାପାକୁ ଜଞ୍ଜିରରେ ବାନ୍ଧି ଥାନାରେ ରଖିଲା ପୋଲିସ୍, ୨ କର୍ମଚାରୀ ସସପେଣ୍ଡ

ଅନୁଗୋଳ: ପୁଅ ଦୋଷ କଲା, ହେଲେ ଦଣ୍ଡ ପାଉଛି ବାପା। ୪ ଦିନ ଧରି ଥାନାରେ ଅଟକ ରଖିବା ପରେ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୁଣି ଥାନାରେ ଚାରି ଦିନ ଧରି ଅଟକ ରଖାଯିବା ବେଳେ ତାଙ୍କ ଗୋଡ଼ରେ ଜଞ୍ଜିର ବନ୍ଧା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଜଞ୍ଜିର ବାନ୍ଧି ତାଙ୍କର ମାନବାଧିକାର କ୍ଷୁର୍ଣ୍ଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏ ଅମାନବୀୟ ଘଟଣାଟି ଘଟିଛି […]

Photo

Photo

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 03:36 PM IST

Sports

Latest News

[caption id="attachment_31115" align="alignleft" width="300"]angul ମାର୍କଣ୍ଡ ନାଏକ[/caption]

ଅନୁଗୋଳ: ପୁଅ ଦୋଷ କଲା, ହେଲେ ଦଣ୍ଡ ପାଉଛି ବାପା। ୪ ଦିନ ଧରି ଥାନାରେ ଅଟକ ରଖିବା ପରେ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୁଣି ଥାନାରେ ଚାରି ଦିନ ଧରି ଅଟକ ରଖାଯିବା ବେଳେ ତାଙ୍କ ଗୋଡ଼ରେ ଜଞ୍ଜିର ବନ୍ଧା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଜଞ୍ଜିର ବାନ୍ଧି ତାଙ୍କର ମାନବାଧିକାର କ୍ଷୁର୍ଣ୍ଣ କରାଯାଇଛି ବୋଲି ଅଭିଯୋଗ ହୋଇଛି।

ଏ ଅମାନବୀୟ ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲାର ନାଲକୋ ଥାନାରେ। ପୁଅର ଦୋଷ ପାଇଁ ଦଣ୍ଡ ଭୋଗୁଥିବା ବାପାଙ୍କର ନାଁ ହେଉଛି ମାର୍କଣ୍ଡ ନାଏକ।  ତାଙ୍କ ଘର ନାଲକୋ ଥାନା ଅନ୍ତର୍ଗତ ଅମାନ୍ତପୁରରେ। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ମିଥୁନ ସେହି ଗାଁର ଜଣେ ନାବାଳିକାଙ୍କୁ ଧରି ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଫେରାର କରାଇବାରେ ମାର୍କଣ୍ଡଙ୍କର ମଧ୍ୟ ହାତ ରହିଛି ବୋଲି ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ନାଲକୋ ଥାନା କର୍ମଚାରୀମାନେ ମିଥୁନକୁ ଖୋଜାଖୋଜି କରି ଥିଲେ। କିନ୍ତୁ ତାଙ୍କୁ ନପାଇବାରୁ ମାର୍କଣ୍ଡକୁ ଥାନାକୁ ଚାରି ଦିନ ତଳେ ଡକାଇଥିଲେ। ପଚରାଉଚରା ପରେ ତାଙ୍କୁ ଥାନାରେ ଅଟକ ରଖାଯାଇଥିଲା। ତାଙ୍କୁ ସେହି ଦିନ ରାତିରୁ ପରଦିନ ସକାଳ ପ୍ରାୟ ୧୧ଟା ପର୍ଯ୍ୟନ୍ତ ଥାନା ହାଜତରେ ଗୋଡ଼ରେ ଜଞ୍ଜିର ବାନ୍ଧି ରଖାଯାଇଥିଲା ବୋଲି ମାର୍କଣ୍ଡ ଅଭିଯୋଗ କରିଛନ୍ତି।

ମାର୍କଣ୍ଡଙ୍କ ପତ୍ନୀ କୁନ୍ତି ନାଏକ କହିଛନ୍ତି ଯେ ପୋଲିସ୍ ତାଙ୍କୁ ବି ଜେଲରେ ଭର୍ତ୍ତି କରି ଦେବ ବୋଲି ଧମକ ଦେଇଥିଲା। ପୁଅ ଭୁଲ କରିଥିବା ବେଳେ ତାଙ୍କ ସ୍ୱାମୀଙ୍କୁ କାହିଁକି ଦଣ୍ଡ ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମାର୍କଣ୍ଡଙ୍କୁ ଛାଡ଼ି ଦେବା ପାଇଁ ସେ ଅତିରିକ୍ତ ଏସପି, ଏସଡିପିଓ ଓ ନାଲକୋ ଥାନା ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।

ସେହିଭଳି ମାର୍କଣ୍ଡଙ୍କ ଓକିଲ ସନ୍ତୋଷ ନାଏକ କହିଛନ୍ତି ଯେ ଏହା ସଂପୂର୍ଣ୍ଣ ଭାବେ ମାନବାଧିକାର ଉଲ୍ଲଂଘନ। ମାର୍କଣ୍ଡ କିଛି ଭୁଲ୍ କରି ନଥିବା ବେଳେ ନାଲକୋ ଥାନା ପୋଲିସ୍ ତାଙ୍କୁ ଜଣେ ଜଘନ୍ୟ ଅପରାଧୀଙ୍କ ସଦୃଶ ଜଞ୍ଜିର ବାନ୍ଧି ରଖାଯାଇଥିଲା।

ଅନ୍ୟପକ୍ଷରେ ଅନୁଗୋଳ ଏସଡିପିଓ ଆର.ଏନ୍ ଦେଓ ଶିକୁଳି ବନ୍ଧା ଘଟଣାର ତଦନ୍ତ କରିବା ପରେ ନାଲକୋ ଥାନାର ଜଣେ ଏସଆଇ ଓ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story