ମାଓ ଦମନ ପାଇଁ ରୋଡ୍‌ ମ୍ୟାପ୍‌: ଜୋରଦାର ହେବ ମିଳିତ ଅପରେସନ୍‌

ଭୁବନେଶ୍ୱର: ରାଜ୍ୟରେ ମାଓ ଅପରେସନ୍‌ ନେଇ ଆଲୋଚନା ହେଲା। ୨ ବାଟାଲିୟନ ଅତିରିକ୍ତ ସିଆରପିଏଫ୍‌ ପାଇଁ ଦାବି  କଲୁ।  ଭୁବନେଶ୍ୱର ସ୍ଥିତ ପୋଲିସ୍‌ ଡିଜିଙ୍କ କ୍ୟାମ୍ପ ଅଫିସରେ ହୋଇଥିବା ରାଜ୍ୟରେ ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ପରେ ପୋଲିସ୍‌ ଡିଜି କେ.ବି. ସିଂହ ଏହା କହିଛନ୍ତି। ସେ କହିଛନ୍ତି,“ରାଜ୍ୟ କ୍ୟାଡର ସକ୍ରିୟ ନାହାନ୍ତି, ପଡୋଶୀ ରାଜ୍ୟରୁ ମାଓବାଦୀ ଆସୁଛନ୍ତି।” ସେ ଆହୁରି କହିଛନ୍ତି,“ବୈଠକରେ ମିଳିତ ଅପରେସନ୍‌ ଓ କମ୍ବିଂ ଜୋରଦାର ଉପରେ ଆଲୋଚନା ହେଲା। ରାୟଗଡ଼ା, […]

mao

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 02:33 PM IST

ଭୁବନେଶ୍ୱର: ରାଜ୍ୟରେ ମାଓ ଅପରେସନ୍‌ ନେଇ ଆଲୋଚନା ହେଲା। ୨ ବାଟାଲିୟନ ଅତିରିକ୍ତ ସିଆରପିଏଫ୍‌ ପାଇଁ ଦାବି  କଲୁ।  ଭୁବନେଶ୍ୱର ସ୍ଥିତ ପୋଲିସ୍‌ ଡିଜିଙ୍କ କ୍ୟାମ୍ପ ଅଫିସରେ ହୋଇଥିବା ରାଜ୍ୟରେ ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ପରେ ପୋଲିସ୍‌ ଡିଜି କେ.ବି. ସିଂହ ଏହା କହିଛନ୍ତି।

ସେ କହିଛନ୍ତି,“ରାଜ୍ୟ କ୍ୟାଡର ସକ୍ରିୟ ନାହାନ୍ତି, ପଡୋଶୀ ରାଜ୍ୟରୁ ମାଓବାଦୀ ଆସୁଛନ୍ତି।”

ସେ ଆହୁରି କହିଛନ୍ତି,“ବୈଠକରେ ମିଳିତ ଅପରେସନ୍‌ ଓ କମ୍ବିଂ ଜୋରଦାର ଉପରେ ଆଲୋଚନା ହେଲା। ରାୟଗଡ଼ା, କୋରାପୁଟ, କଳାହାଣ୍ଡି  ଓ ମାଲକାନଗିରି ଉପରେ ଫୋକସ୍‌  ରହିବ।”

ଏହି ବୈଠକରେ ସିଆରପିଏଫ୍‌ ଏଡିଜି କୁଳଦୀପ ସିଂ ଯୋଗ ଦେଇଥିଲେ।

Related story