ଅଧିକ ଆଣ୍ଟିବାୟୋଟିକ୍‌ ଖାଇଲେ ଦେଖାଦେଇପାରେ ଏହି ସବୁ ସମସ୍ୟା

ସାଧାରଣତଃ ଥଣ୍ଡା, କାଶ, ଗଳା ସଂକ୍ରମଣ ଓ ନିମୋନିଆ ଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ହେଲେ ଆଣ୍ଟିବାୟୋଟିକ୍ ଖାଇବାକୁ ଦିଆଯାଏ।  ଏହା ବ୍ୟାକ୍ଟେରିଆକୁ ଶରୀରରେ ଅଧିକ ବଢ଼ିବାକୁ ଦେଇ ନଥାଏ। ଅନେକ ଲୋକ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍‌ ଖାଇଥାନ୍ତି। ତେବେ ଅଧିକ  ଆଣ୍ଟିବାୟୋଟିକ୍‌ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ। କିଛି ଆଣ୍ଟିବାୟୋଟିକ୍‌ର ପାର୍ଶ୍ୱପ୍ରତିକ୍ରିୟା ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଅଧିକ ଆଣ୍ଟିବାୟୋଟିକ୍‌ ଖାଇବା ଦ୍ୱାରା ଶରୀରରେ କେଉଁ ସବୁ ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥାଏ।। […]

1472-Finishing_Antibiotics_Treatment-1296x728-header

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 10:51 AM IST

ସାଧାରଣତଃ ଥଣ୍ଡା, କାଶ, ଗଳା ସଂକ୍ରମଣ ଓ ନିମୋନିଆ ଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ହେଲେ ଆଣ୍ଟିବାୟୋଟିକ୍ ଖାଇବାକୁ ଦିଆଯାଏ।  ଏହା ବ୍ୟାକ୍ଟେରିଆକୁ ଶରୀରରେ ଅଧିକ ବଢ଼ିବାକୁ ଦେଇ ନଥାଏ। ଅନେକ ଲୋକ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍‌ ଖାଇଥାନ୍ତି। ତେବେ ଅଧିକ  ଆଣ୍ଟିବାୟୋଟିକ୍‌ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ। କିଛି ଆଣ୍ଟିବାୟୋଟିକ୍‌ର ପାର୍ଶ୍ୱପ୍ରତିକ୍ରିୟା ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଅଧିକ ଆଣ୍ଟିବାୟୋଟିକ୍‌ ଖାଇବା ଦ୍ୱାରା ଶରୀରରେ କେଉଁ ସବୁ ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥାଏ।।

କିଡ୍‌ନୀ ଖରାପ: କିଛି ଆଣ୍ଟିବାୟୋଟେକ ଅଛି ଯାହାର ସାଇଡ୍‌ଇଫେକ୍ଟ୍‌ କିଡ୍‌ନୀ ଉପରେ ପଡ଼ିଥାଏ। ଏହା କିଡ୍‌ନୀକୁ ବହୁଳ ମାତ୍ରାରେ ପ୍ରଭାବିତ କରିଥାଏ। ଏହାଦ୍ୱାରା କିଡ୍‌ନୀ ଖରାପ ହେବାର ମଧ୍ୟ ଅଧିକ ଆଶଙ୍କା ଥାଏ। ଯାହାର ପୂର୍ବରୁ କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନେ ଡାକ୍ତର ପରାମର୍ଶ ନେଇ ଆଣ୍ଟିବାୟୋଟିକ୍‌ ଖାଇବା ଉଚିତ।

ଏସିଡିଟି ଓ ଗ୍ୟାସ ସମସ୍ୟା: କୌଣସି ସଂକ୍ରମଣରୁ ରକ୍ଷା ପାଇବା ଲାଗି ରୋଗୀଙ୍କୁ ଆଣ୍ଟିବାୟୋଟିକ୍‌ ଖାଇବାକୁ ଦିଆଯାଏ। ଏହି ଆଣ୍ଟିବାୟୋଟିକ୍‌ କାରଣରୁ ଅନେକ ରୋଗୀଙ୍କ ଠାରେ ଏସିଡିଟି ବା ଗ୍ୟାସ୍‌ ସମସ୍ୟା ଦେଖା ଦେଇଥାଏ। ଖାଦ୍ୟନଳୀରେ ଥିବା ଭଲ ବ୍ୟାକ୍ଟରିଆକୁ  ଆଣ୍ଟିବାୟୋଟିକ୍‌ ନଷ୍ଟ କରିଦିଏ।  ଏହି କାରଣରୁ ଏପରି ସମସ୍ୟା ଦେଖା ଦେଇଥାଏ।

ଡାଇରିଆ: କିଛି ଆଣ୍ଟିବାୟୋଟିକ୍‌ ଔଷଧ ଖାଇବା ଦ୍ୱାରା  ଡାଇରିଆ ଭଳି ସମସ୍ୟା ଦେଖାଦେଇଥାଏ।

ସ୍କିନ୍‌ ଆଲାର୍ଜି: ଆଣ୍ଟିବାୟୋଟିକ୍‌ର ଅଧିକ ସେବନ ଦ୍ୱାରା ଶରୀର କୁଣ୍ଡାଇହେବା, ଲାଲ ଦାଗ ପଡ଼ିବା ପରି ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥାଏ।

ମୁଖ ସଂକ୍ରମଣ: ଆଣ୍ଟିବାୟୋଟିକ୍‌ର ପାର୍ଶ୍ୱପ୍ରତିକ୍ରିୟାରେ ଅନେକ ସମୟରେ ମୁଖ ସଂକ୍ରମଣ ହୋଇଥାଏ। ଏହାକୁ Stomatitis କୁହାଯାଏ।

Related story