ଆସନ୍ତାକାଲି ବିଧାନସଭାର ମୌସୁମୀ ଅଧିବେଶନ : ଆଜି ବସିବ ବିଜେଡି ଓ ବିଜେପି ବିଧାୟକ ଦଳର ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶ । ଏଥିପାଇଁ ଆଜି ବିଜେପି ବିଧାୟକ ଦଳର ବୈଠକ ବସୁଛି। ଏଥିରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବ ବିଜେପି। ଏହି ଅଧିବେଶନରେ ଦଳ ବ୍ରହ୍ମ ପରିବର୍ତ୍ତନରେ ମହାବିଭ୍ରାଟ, କେନ୍ଦୁଝର ବେଲବାହାଳି ପ୍ରସଙ୍ଗ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇପାରେ । ଏ ନେଇ ଆଜି ରଣନୀତି ପ୍ରସ୍ତୁତ କରିବ ବିଜେପି। ସେପଟେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ପୁଣି ଢାଲ କରିପାରେ ବିଜେଡି। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ […]

bjd

bjd

Rakesh Mallick
  • Published: Monday, 17 August 2015
  • Updated: 17 August 2015, 03:06 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶ । ଏଥିପାଇଁ ଆଜି ବିଜେପି ବିଧାୟକ ଦଳର ବୈଠକ ବସୁଛି। ଏଥିରେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବ ବିଜେପି। ଏହି ଅଧିବେଶନରେ ଦଳ ବ୍ରହ୍ମ ପରିବର୍ତ୍ତନରେ ମହାବିଭ୍ରାଟ, କେନ୍ଦୁଝର ବେଲବାହାଳି ପ୍ରସଙ୍ଗ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇପାରେ । ଏ ନେଇ ଆଜି ରଣନୀତି ପ୍ରସ୍ତୁତ କରିବ ବିଜେପି।

ସେପଟେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ପୁଣି ଢାଲ କରିପାରେ ବିଜେଡି। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟ ସରକାର ପ୍ରାୟ ୨୧ ଶହ ୫୦ କୋଟିର କେନ୍ଦ୍ରୀୟ ଅନୁଦାନ ହରାଇପାରନ୍ତି। ଏନେଇ ଗତ ଅଗଷ୍ଟ ୩ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ ନବୀନ। ଏଥିସହିତ ଅଧିକ ଅର୍ଥ ମଧ୍ୟ ଦାବି କରିଥିଲେ। ତା’ସହିତ ନବୀନ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସଙ୍ଗ ଉଠାଇଥିଲେ। ବିଧାନସଭାରେ ଶାସକ ବିଜେଡି ଏଇ ପ୍ରସଙ୍ଗ ଉଠାଇବା ସମ୍ଭାବନା ରହିଛି। ଆଜି ବସୁଥିବା ବିଜେଡିର ବିଧାୟକ ଦଳ ବୈଠକରେ ଏ ନେଇ ଆଲୋଚନା ହୋଇପାରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos