ଆସନ୍ତାକାଲିଠାରୁ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ଏଥର ରାଜ୍ୟର ୨,୯୮୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୬,୮୦,୦୭୦ ଜଣ ପରୀକ୍ଷାର୍ଥୀ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ଛାତ୍ରଛାତ୍ରୀମାନେ ସକାଳ ୮ଟା ୩୦ ମିନିଟ୍‌ରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୮ଟା ୪୫ ମିନିଟ୍‌ରେ କୋଶ୍ଚିନ୍ କମ୍ ଆନ୍‌ସର୍ ବୁକ୍‌ଲେଟ୍ ଦିଆଯାଇ ୧୫ ମିନିଟ୍ ପ୍ରଶ୍ନ ପଢ଼ିବା ଲାଗି ଦିଆଯିବ। ପ୍ରଥମ […]

download-1

Rakesh Mallick
  • Published: Monday, 27 February 2017
  • , Updated: 27 February 2017, 08:32 PM IST

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ଏଥର ରାଜ୍ୟର ୨,୯୮୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୬,୮୦,୦୭୦ ଜଣ ପରୀକ୍ଷାର୍ଥୀ। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ତେବେ ଛାତ୍ରଛାତ୍ରୀମାନେ ସକାଳ ୮ଟା ୩୦ ମିନିଟ୍‌ରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୮ଟା ୪୫ ମିନିଟ୍‌ରେ କୋଶ୍ଚିନ୍ କମ୍ ଆନ୍‌ସର୍ ବୁକ୍‌ଲେଟ୍ ଦିଆଯାଇ ୧୫ ମିନିଟ୍ ପ୍ରଶ୍ନ ପଢ଼ିବା ଲାଗି ଦିଆଯିବ। ପ୍ରଥମ ୧ ଘଣ୍ଟା ଅର୍ଥାତ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଅବ୍‌ଜେକ୍‌ଟିଭ୍‌ ଉତ୍ତର ଲେଖିବାକୁ ସମୟ ଧାର୍ଯ୍ୟ ହୋଇଛି। ଏଥର ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖାଯିବ। ଏବର୍ଷ ପ୍ରଥମ ଥର ପାଇଁ ଓଏମ୍‌ଆର୍‌ ସିଟ୍‌ ଉପରେ ପରୀକ୍ଷାର୍ଥୀଙ୍କ ନାଁ ଛପା ଯାଇଥିବାରୁ ପରୀକ୍ଷା ତ୍ରୁଟିଶୂନ୍ୟ କରାଯାଇପାରିବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

ଶିକ୍ଷା ବିଭାଗ ଓ ପୋଲିସ୍‌ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନୋଡାଲ ସେଣ୍ଟର ଗୁଡ଼ିକରେ ସୁରକ୍ଷା ଦୃଷ୍ଟିରୁ ସଶସ୍ତ୍ର ପୋଲିସ୍‌ ମୁୟତନ କରାଯାଇଛି।

 

 

Related story