ଆସନ୍ତାକାଲିଠୁ ବଢ଼ିପାରେ ବର୍ଷା

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆହୁରି ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି,“ଗତକାଲି ଲଘୁଚାପ ଉତ୍ତର […]

rain

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 03:31 PM IST

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆହୁରି ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି,“ଗତକାଲି ଲଘୁଚାପ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶର ଆଖପାଖ ଦକ୍ଷିଣ ଛିତିଶଗଡ଼ ଓ ତେଲେଙ୍ଗା ପାଖରେ ରହିଥିଲା। ଆଜି ତେଲେଙ୍ଗା ଓ ବିଦର୍ଭ ପାଖରେ ରହିଛି। ସେହି ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଘୂର୍ଣ୍ଣିବଳୟ ୭.୬ କିଲୋମିଟର ପର୍ଯ୍ୟନ୍ତ ରହିଛି।”

ସେ କହିଛନ୍ତି,“ଓଡ଼ିଶାରେ ଘୂର୍ଣ୍ଣିବଳୟ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ରହୁଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଜଳୀୟ ବାଷ୍ପ ତଳ ଭାଗକୁ ଆସୁଛି। ଫଳରେ ସମୟ ସମୟରେ ଖରା ହେବା ସହ କିଛି ଘଣ୍ଟା ପରେ ବର୍ଷା ହେଉଛି। ଏହି ଘୂର୍ଣ୍ଣିବଳୟ ଆସନ୍ତାକାଲି ଦକ୍ଷିଣ ଛତିଶଗଡ଼ ଓ ଓଡ଼ିଶା ସୀମାକୁ ଆସି ଲଘୁଚାପର ରୂପ ନେଇ ପାରେ। ଯାହାଫଳରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ। ଏହାର ପ୍ରବାହରେ ୨୮ରୁ ୨୯ ତାରିଖ ଯାଏଁ ବର୍ଷା ଲାଗି ରହିବ।”

Related story