ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ସମ୍ୱଲପୁର: ଅହମୀୟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁରରେ ଥିବା ଘର ପରିଦର୍ଶନ କରିଛନ୍ତି ଆସାମ ସଂସ୍କୃତି ମନ୍ତ୍ରୀ ନବକୁମାର ଡୋଲେ ଓ ତାଙ୍କ ସହିତ ଆସିଥିବା ୪ ଜଣିଆ ଟିମ୍‌। ବେଜବରୁଆ ସ୍ମୃତି କମିଟି ସଭାପତି ଓ ସ୍ଥାନୀୟ ଲୋକଙ୍କ ସହ ଏହି ଟିମ୍ ବେଜବରୁଆଙ୍କ ଘର ପରିଦର୍ଶନ କରିଛି।</p> <p>ଏହାପରେ ସେମାନେ ବେଜବରୁଆଙ୍କ ଘରର ସଂରକ୍ଷଣ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ।</p> <p>ସମ୍ବଲପୁରରେ ରାସ୍ତା ସମ୍ପ୍ରସାରଣ ପାଇଁ ବେଜବରୁଆଙ୍କ ୨ଟି ଘରକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହାକୁ ନେଇ ଆସାମରେ ଜୋରଦାର ପ୍ରତିକ୍ରିୟା ଦେଖା ଦେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଚିଠି ଲେଖି ଏହାକୁ ନ ଭାଙ୍ଗିବା ଲାଗି ଅନୁରୋଧ କରିଥିଲେ। ପରେ ଘର ନ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।