ବାପ-ପୁଅ ମଧ୍ୟରେ ସଂପର୍କ ଭଲ ରହୁନାହିଁ କି? ସଂପର୍କରେ ଫାଟ ସୃଷ୍ଟି ହେବା ପୂର୍ବରୁ  ଆପଣାନ୍ତୁ ଏସବୁ ଉପାୟ

ପରିବାରରେ ବାପ-ପୁଅ ମଧ୍ୟରେ ଝଗଡ଼ା ଲାଗିବା ଏକ ସାଧାରଣ କଥା ହୋଇଗଲାଣି। ବେଳେ ବେଳେ ମତଭେଦ ଅଧିକ ହେବା କାରଣରୁ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ। ଏହାର କାରଣ ଘରର ବାସ୍ତୁ ମଧ୍ୟ ହୋଇପାରେ। କୁହାଯାଏ ଘରର ବାସ୍ତୁ ଠିକ୍‌ ନରହିଲେ ଘରେ ଅଶାନ୍ତି ଲାଗି ରହେ। ଘରେ ସୁଖ ଶାନ୍ତି ବଜାୟ ରଖିବାକୁ ଚାହୁଁଥିଲେ ନିମ୍ନଲିଖିତ ଉପାୟ ଅବଲମ୍ୱନ କରନ୍ତୁ। ଘରର ଐଶାନ୍ୟ କୋଣରେ କୌଣସି ଆବର୍ଜନା ଥିଲେ ହଟାଇ ଦିଅନ୍ତୁ। ଏହି କୋଣକୁ ସର୍ବଦା […]

513376484

513376484

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 10:29 AM IST

Sports

Latest News

ପରିବାରରେ ବାପ-ପୁଅ ମଧ୍ୟରେ ଝଗଡ଼ା ଲାଗିବା ଏକ ସାଧାରଣ କଥା ହୋଇଗଲାଣି। ବେଳେ ବେଳେ ମତଭେଦ ଅଧିକ ହେବା କାରଣରୁ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ। ଏହାର କାରଣ ଘରର ବାସ୍ତୁ ମଧ୍ୟ ହୋଇପାରେ। କୁହାଯାଏ ଘରର ବାସ୍ତୁ ଠିକ୍‌ ନରହିଲେ ଘରେ ଅଶାନ୍ତି ଲାଗି ରହେ। ଘରେ ସୁଖ ଶାନ୍ତି ବଜାୟ ରଖିବାକୁ ଚାହୁଁଥିଲେ ନିମ୍ନଲିଖିତ ଉପାୟ ଅବଲମ୍ୱନ କରନ୍ତୁ।

  • ଘରର ଐଶାନ୍ୟ କୋଣରେ କୌଣସି ଆବର୍ଜନା ଥିଲେ ହଟାଇ ଦିଅନ୍ତୁ। ଏହି କୋଣକୁ ସର୍ବଦା ସଫା ରଖନ୍ତୁ।
  • ଧ୍ୟାନ ଦେବେ ଘରର ଉତ୍ତର-ପୂର୍ବ ଦିଗର କାନ୍ଥ ଯେପରି ଭଙ୍ଗା ନ ରୁହେ। ଭଙ୍ଗା କାନ୍ଥ ଥିଲେ ତୁରନ୍ତ ମରାମତି କରାଇ ଦିଅନ୍ତୁ।
  • ଘରର ଉତ୍ତର-ପୂର୍ବ ଦିଗରେ ଇଲେଟ୍ରୋନିକ୍ସ ଜିନିଷ ରଖନ୍ତୁ ନାହିଁ।
  • ଯଦି ଘରର ଉତ୍ତର-ଦକ୍ଷିଣ ଦିଗ କମ୍‌ ଓସାରିଆ ଏବଂ ଘରର ପୂର୍ବ-ପଶ୍ଚିମ ଦିଗଟି ଅଧିକ ଲମ୍ବା ଥାଏ ତେବେ ବାପ-ପୁଅ ମଧ୍ୟରେ ସବୁବେଳେ କଳହ ଲାଗି ରହିଥାଏ। ଏଥିପାଇଁ ଘର ନିର୍ମାଣ ସମୟରେ ଏହି ଦିଗ ଉପରେ ଧ୍ୟାନ ଦିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos