ଆପଣଙ୍କୁ ମୋବାଇଲ କରିପାରେ ନପୁଂସକ: ଜାଣନ୍ତୁ କାହିଁକି ଓ କେମିତି

ଆଜିର ଯୁଗ ହେଉଛି ଡିଜିଟାଲ ଯୁଗ। ପିଲାଠୁ ବୃଦ୍ଧ ଯାଏଁ ପ୍ରାୟ ସମସ୍ତେ ସ୍ମାର୍ଟ ଫୋନ୍‌, ଲାପ୍‌ଟପ୍‌, କମ୍ପ୍ୟୁଟର ବ୍ୟବହାର କରୁଛନ୍ତି। ଏଗୁଡ଼ିକ ଆମ ସବୁ କାମକୁ ସହଜ କରିଦେଉଛି ସତ କିନ୍ତୁ ଏହି ଇଲେକ୍ଟ୍ରୋନିକ୍‌ ଜିନିଷଗୁଡ଼ିକ ଆମ ଶରୀରର ଅନେକ କ୍ଷତି ମଧ୍ୟ କରୁଛି। ଏଥିରୁ ନିର୍ଗତ ହେଉଥିବା ରେଡିଏସନ ବା ବିକିରଣ ଶରୀର ପକ୍ଷେ ଅନେକ କ୍ଷତିକାରକ। ଏହାଦ୍ୱାରା ଆପଣ ଅନେକ ବଡ଼ ବଡ଼ ରୋଗର ଶିକାର ହୋଇପାରନ୍ତି। ଆସନ୍ତୁ ଜାଣିବା ରେଡିଏସନ୍‌ ଫଳରେ […]

rediation

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 03:12 PM IST

ଆଜିର ଯୁଗ ହେଉଛି ଡିଜିଟାଲ ଯୁଗ। ପିଲାଠୁ ବୃଦ୍ଧ ଯାଏଁ ପ୍ରାୟ ସମସ୍ତେ ସ୍ମାର୍ଟ ଫୋନ୍‌, ଲାପ୍‌ଟପ୍‌, କମ୍ପ୍ୟୁଟର ବ୍ୟବହାର କରୁଛନ୍ତି। ଏଗୁଡ଼ିକ ଆମ ସବୁ କାମକୁ ସହଜ କରିଦେଉଛି ସତ କିନ୍ତୁ ଏହି ଇଲେକ୍ଟ୍ରୋନିକ୍‌ ଜିନିଷଗୁଡ଼ିକ ଆମ ଶରୀରର ଅନେକ କ୍ଷତି ମଧ୍ୟ କରୁଛି। ଏଥିରୁ ନିର୍ଗତ ହେଉଥିବା ରେଡିଏସନ ବା ବିକିରଣ ଶରୀର ପକ୍ଷେ ଅନେକ କ୍ଷତିକାରକ। ଏହାଦ୍ୱାରା ଆପଣ ଅନେକ ବଡ଼ ବଡ଼ ରୋଗର ଶିକାର ହୋଇପାରନ୍ତି। ଆସନ୍ତୁ ଜାଣିବା ରେଡିଏସନ୍‌ ଫଳରେ ଶରୀର ଉପରେ କ’ଣ ପ୍ରଭାବ ପଡ଼ିଥାଏ।

୧. ପ୍ରଜନନ କ୍ଷମତା- ଜବାହାର ଲାଲ୍‌ ନେହେରୁ ୟୁନିଭରସିଟି(ଜେଏନ୍ୟୁ)ର ଏକ ଗବେଷଣାରୁ ଜଣାପଡ଼ିଛି ଯେ ମୋବାଇଲ ଟାୱାରରୁ ଆସୁଥିବା ବିକିରଣ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଏଥିସହ ଶରୀରର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ହ୍ରାସ ପାଇଥାଏ।

୨. ମାନସିକ ରୋଗ-  ଲାପଟପ୍‌ର ରେଡିଏସନ୍‌ରୁ ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡ଼େ। ଏଥିପାଇଁ ଆମେ ସବୁକିଛି ଧୀରେ ଧୀରେ ଭୁଲିବାକୁ ଲାଗୁ। ଲାପଟପ୍‌ର ଲଗାତାର ବ୍ୟବହାର ଦ୍ୱାରା ଅଲଜାଇମ ପରି ରୋଗ ହୋଇଥାଏ। ଲାପଟପ୍‌ରେ ହେଡଫୋନ୍‌ ସହ ଅନେକ ସମୟ ଧରି କାମ କରିବା ପରେ ସବୁସମୟରେ କାନରେ କିଛି ବାଜିଲା ଭଳି ଶବ୍ଦ ଅନୁଭବ ହୋଇଥାଏ ଓ ନିଦ ମଧ୍ୟ ହୋଇନଥାଏ।

୩. ଆଖିର କ୍ଷତି- ଲାପଟପ୍‌ର ସ୍କ୍ରିନ୍‌ରୁ ଲଗାତାର ଭାବେ ସଫ୍ଟ ରେଡିଏସନ କିରଣ ବାହାରିଥାଏ। ଏହା ଆଖି ପାଇଁ ବହୁତ କ୍ଷତିକାରକ। ଆଖିର ବାହାର ଅଂଶରେ ପାଣି ପରି ଏକ ଦ୍ରବ୍ୟଥାଏ। ଯାହାଦ୍ୱାର ଆମର ଦୃଷ୍ଟି ସଫା ହୋଇଥାଏ। ଏହାର ଭାବରେ ଦୃଷ୍ଟି ଦୋଷ ଓ ଆଖି ବିନ୍ଧା ହେବା ଭଳି ସମସ୍ୟା ଦେଖାଦିଏ। ଏଥିରୁ ବଞ୍ଚିବା ପାଇଁ ଆଖିକୁ ଆରାମ ଦିଅନ୍ତୁ। ଯାହା କେବଳ ଆଖି ବନ୍ଦ ହେଲେ ମିଳିଥାଏ।

୪. ବ୍ରେନ୍‌ ଟ୍ୟୁମର- ଯେଉଁମାନେ ଅଧିକ ସମୟ ମୋବାଇଲରେ କଥାବାର୍ତ୍ତା ହୁଅନ୍ତି ସେମାନଙ୍କୁ ବ୍ରେନ୍‌ ଟ୍ୟୁମର ହେବାର ଆଶଙ୍କା ରହିଥାଏ। କାରଣ ମୋବାଇଲ ଫୋନ୍‌ରୁ ବାହାରୁଥିବା ରେଡିଏସନ୍‌ ମସ୍ତିଷ୍କ ଉପରେ କୁ ପ୍ରଭାବ ପକାଇଥାଏ।

୫. କାର୍ଯ୍ୟ କ୍ଷମତା ହ୍ରାସ- ଏହି ରେଡିଏସନ୍‌ ଆମର ଏକାଗ୍ରତାକୁ ପ୍ରଭାବିତ କରିଥାଏ। ଆପଣଙ୍କୁ ବିରକ୍ତ କରିବା ସହ ସବୁବେଳେ ଥକାପଣ ଲାଗିଥାଏ। ଫଳରେ ଶରୀରର କାର୍ଯ୍ୟକାରୀ କ୍ଷମତା କମିଯାଏ।

୬. ସ୍ତନ କର୍କଟ- ଯଦି କୌଣସି ଗର୍ଭବତୀ ମହିଳା ଅନେକ ସମୟ ଧରି ଲାଟପ୍‌ କିମ୍ବା ମୋବାଇଲ ବ୍ୟବହାର କରନ୍ତି ତେବେ ତାଙ୍କୁ ସ୍ତନ କର୍କଟ ହେବାର ଭୟ ରହିଥାଏ।

୭. ପିଲାଙ୍କ ମସ୍ତିଷ୍କ ଉପରେ କୁପ୍ରଭାବ-  ଛୋଟ ପିଲାଙ୍କ ମୁଣ୍ଡର ହାଡ଼ଗୁଡ଼ିକ ବହୁତ ପତଳା ହୋଇଥାଏ। ଫଳରେ ରେଡିଏସନ୍‌ର ପ୍ରଭାବ ଏମାନଙ୍କ ଉପରେ  ଅଧିକ ପଡ଼ିଥାଏ।  ତେଣୁ ଯେତେ ସମ୍ଭବ ୧୦ ବର୍ଷରୁ କମ୍‌ ପିଲାଙ୍କୁ ମୋବାଇଲ ଦିଅନ୍ତୁ ନାହିଁ।

 

 

Related story