ଖରାପ ପାଗ: ଭୁବନେଶ୍ୱର ବିମାନ ବନ୍ଦରରେ ୪ଟି ବିମାନର ଜରୁରୀ ଅବତରଣ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଶନିବାର ସକାଳେ ଲାଗ ଲାଗ ୫ଟି ବିମାନର ଜରୁରୀ ଅବତରଣ କରିଛନ୍ତି। ଭୋର୍ ପ୍ରାୟ ୪ଟା ବେଳେ ଏୟାର ଇଣ୍ଡିଆର ୨ଟି, ଜେଟ୍ ଏୟାରବେଜ୍ର ୨ଟି ଓ ଇଣ୍ଡିଗୋ ଏୟାରଲାଇନ୍ସର ଗୋଟିଏ ବିମାନ କୋଲକାତାରେ ଅବତରଣ କରି ନ ପାରି ଭୁବନେଶ୍ୱରରେ ଅବତରଣ କରିଥିଲେ। ଜେଟ୍ ଏୟାରବେଜ୍ର ଗୋଟିଏ ବିମାନ ଅଳ୍ପ ସମୟ ପରେ ମୁମ୍ୱାଇ ଅଭିମୁଖେ ଯାତ୍ରା କରିଥିଲା। ଅଟକ ଥିବା ଯାତ୍ରୀଙ୍କ ମଧ୍ୟରୁ କେତେକଙ୍କୁ ହୋଟେଲରେ […]

AIRPORT

Rakesh Mallick
  • Published: Saturday, 19 December 2015
  • , Updated: 19 December 2015, 04:45 PM IST

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଶନିବାର ସକାଳେ ଲାଗ ଲାଗ ୫ଟି ବିମାନର ଜରୁରୀ ଅବତରଣ କରିଛନ୍ତି। ଭୋର୍ ପ୍ରାୟ ୪ଟା ବେଳେ ଏୟାର ଇଣ୍ଡିଆର ୨ଟି, ଜେଟ୍ ଏୟାରବେଜ୍ର ୨ଟି ଓ ଇଣ୍ଡିଗୋ ଏୟାରଲାଇନ୍ସର ଗୋଟିଏ ବିମାନ କୋଲକାତାରେ ଅବତରଣ କରି ନ ପାରି ଭୁବନେଶ୍ୱରରେ ଅବତରଣ କରିଥିଲେ।

ଜେଟ୍ ଏୟାରବେଜ୍ର ଗୋଟିଏ ବିମାନ ଅଳ୍ପ ସମୟ ପରେ ମୁମ୍ୱାଇ ଅଭିମୁଖେ ଯାତ୍ରା କରିଥିଲା। ଅଟକ ଥିବା ଯାତ୍ରୀଙ୍କ ମଧ୍ୟରୁ କେତେକଙ୍କୁ ହୋଟେଲରେ ରଖା ଯାଇଥିବା ବେଳେ ଆଉ କେତେକଙ୍କୁ ବିମାନ ବନ୍ଦର ଟର୍ମିନାଲରେ ରଖାଯାଇଛି।

ଭୁବନେଶ୍ୱର ବିମାନବନ୍ଦରରେ ରାତିରେ ବିମାନ ଚଳାଚଳ କରୁ ନ ଥିବାରୁ ଏଠାରେ କର୍ମଚାରୀ ସେଭଳି ପ୍ରସ୍ତୁତ ନ ଥିଲେ। ଫଳରେ ଅସମୟରେ ଆଗନ୍ତୁକ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅପରାହ୍ନ ସାଢେ଼ ୩ଟା ସୁଦ୍ଧା ସମସ୍ତ ବିମାନ ଭୁବନେଶ୍ୱର ଛାଡ଼ିଥିଲେ।

Related story