ବିଜେପିରେ ମିଶିବେ କି ବୈଜୟନ୍ତ ?

ଭୁବନେଶ୍ୱର: ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିପାରନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ଇଂଲିଶ୍ ନ୍ୟୁଜ୍‌ ଚ୍ୟାନେଲ୍ ‘ରିପବ୍ଲିକ’ ଏହି ଖବର ପ୍ରସାରଣ କରିଛି। ତେବେ ଏପରି ଖବରକୁ ନେଇ ବୈଜୟନ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଉତ୍ତର ରଖାଯାଇଛି। ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତିପ୍ରକାଶ ଘୋଷ କହିଛନ୍ତି,“ଏନେଇ କୌଣସି ଖବର ଆମ ପାଖରେ ନାହିଁ। ସାଂସଦ ବୈଜୟନ୍ତ ପଣ୍ଡା ଏବେ କମନ୍‌ୱେଲ୍‌ଥ ସଂସଦୀୟ ମିଶନ ପକ୍ଷରୁ ଅନ୍ତର୍ଜାତୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ୟୁନାଇଟେଡ୍ କିଙ୍ଗଡମ୍ ଯାଇଛନ୍ତି।” ଏପଟେ […]

maxresdefault-1-1

Rakesh Mallick
  • Published: Friday, 09 June 2017
  • , Updated: 09 June 2017, 06:30 PM IST

ଭୁବନେଶ୍ୱର: ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିପାରନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା। ଇଂଲିଶ୍ ନ୍ୟୁଜ୍‌ ଚ୍ୟାନେଲ୍ ‘ରିପବ୍ଲିକ’ ଏହି ଖବର ପ୍ରସାରଣ କରିଛି। ତେବେ ଏପରି ଖବରକୁ ନେଇ ବୈଜୟନ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଉତ୍ତର ରଖାଯାଇଛି।

ବୈଜୟନ୍ତଙ୍କ ରାଜନୈତିକ ସଚିବ ଜ୍ୟୋତିପ୍ରକାଶ ଘୋଷ କହିଛନ୍ତି,“ଏନେଇ କୌଣସି ଖବର ଆମ ପାଖରେ ନାହିଁ। ସାଂସଦ ବୈଜୟନ୍ତ ପଣ୍ଡା ଏବେ କମନ୍‌ୱେଲ୍‌ଥ ସଂସଦୀୟ ମିଶନ ପକ୍ଷରୁ ଅନ୍ତର୍ଜାତୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ୟୁନାଇଟେଡ୍ କିଙ୍ଗଡମ୍ ଯାଇଛନ୍ତି।”

ଏପଟେ ଏଇ ଖବରକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଛି।

Related story