କଲେଜ ଛାତ୍ରଛାତ୍ରୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରି ୪ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳର ଜଙ୍ଗଲରେ ଦୁଇ ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ପାଞ୍ଚ ଜଣ ଯୁବକ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୪ଜଣଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଜଣେ ଫେରାର ଅଛି। ଗିରଫ ଅଭିଯୁକ୍ତମାନେ ହେଲେ ଲୀଳାମୟ ଗୁରୁ, ସହଦେବ ବେହେରା, ଶମ୍ବୁ ମହାକୁଡ଼ ଓ ଅନନ୍ତ ମହାକୁଡ଼। ପୀଡ଼ିତା ପୋଲିସ୍ ନିକଟରେ ଅଭିଯୋଗ କରି ସମସ୍ତ ଘଟଣା କହିବା ପରେ […]

balangre sex

Rakesh Mallick
  • Published: Saturday, 20 August 2016
  • , Updated: 21 August 2016, 07:47 AM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳର ଜଙ୍ଗଲରେ ଦୁଇ ଜଣ କଲେଜ ଛାତ୍ରଛାତ୍ରୀଙ୍କୁ ପାଞ୍ଚ ଜଣ ଯୁବକ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୪ଜଣଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଜଣେ ଫେରାର ଅଛି। ଗିରଫ ଅଭିଯୁକ୍ତମାନେ ହେଲେ ଲୀଳାମୟ ଗୁରୁ, ସହଦେବ ବେହେରା, ଶମ୍ବୁ ମହାକୁଡ଼ ଓ ଅନନ୍ତ ମହାକୁଡ଼।

ପୀଡ଼ିତା ପୋଲିସ୍ ନିକଟରେ ଅଭିଯୋଗ କରି ସମସ୍ତ ଘଟଣା କହିବା ପରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ୍‌ ସଫଳ ହୋଇଥିଲା।

ଜୁଲାଇ ୨୫ ତାରିଖ ସକାଳ ୯ଟା ସମୟରେ ଘଟିଥିଲା ଏହି କୁତ୍ସିତ ଘଟଣା। ଦୁଇ କଲେଜ ଛାତ୍ରଛାତ୍ରୀ ପୋଲ ଉପରେ ବସି କଥାବାର୍ତ୍ତା ହେଉଥିବା ସମୟରେ ୫ଜଣ ଯୁବକ ସେମାନଙ୍କୁ ମାଡ଼ ମାରି ଜଙ୍ଗଲକୁ ନେଇଯାଇଥିଲେ। ଏହା ସହ ଦୁଇ ଛାତ୍ରଛାତ୍ରୀଙ୍କୁ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିବା ସହ ଏହି ଦୃଶ୍ୟକୁ ମୋବାଇଲ କ୍ୟାମେରାରେ ସୁଟିଂ କରିଥିଲେ। ଏହା ପରେ ଭିଡିଓକୁ ଭାଇରାଲ୍ କରିଦେବାର ଭୟ ଦେଖାଇ ପଚାଶ ହଜାର ଟଙ୍କା ମାଗିଥିଲେ। ଦୁଇ ଛାତ୍ରଛାତ୍ରୀ ୨୦ ହଜାର ଟଙ୍କା ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା  ନ ଦେଇ ପାରିବାରୁ ଅଭିଯୁକ୍ତମାନେ ଏମ୍‌ଏମ୍‌ଏସ୍‌ କରି ପୂରା ଭିଡ଼ିଓକୁ ଭାଇରାଲ କରି ଦେଇଥିଲେ। ଅଭିଯୁକ୍ତମାନେ ଏହାର ଏମ୍‌ଏମ୍‌ଏସ୍‌ ତିଆରି କରି ମୋବାଇଲ ପିଛା ତିନିଶହ ଟଙ୍କା ଦରରେ ବଜାରରେ ବିକ୍ରି କରୁଥିଲେ ।

ଶେଷରେ ପୀଡ଼ିତା ସାହସ କରି ପୋଲିସ ନିକଟରେ ଘଟଣା ସଂପର୍କରେ କହିଥିଲେ। ପୋଲିସ୍ ଚାରି ଜଣ ଅଭିଯୁକ୍ତଙ୍କୁ ଧରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି।

ବଲାଙ୍ଗିର ଏସ୍‌ପି ଆଶିଷ ସିଂହ କହିଛନ୍ତି, “ବଲାଙ୍ଗିରର କଲେଜ ଛାତ୍ରଛାତ୍ରୀଙ୍କୁ ଜୋର ଜବରଦସ୍ତ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିବା ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ‌ଆଉ ଜଣେ ଫେରାର ଅଛି। ସାଧାରଣତଃ ଏଭିଳି ଏମ୍‌ଏମ୍‌ଏସ୍‌ ବନାଇ ଲୋକମାନେ ବେପାର କରୁଛନ୍ତି। ଘଟଣାର ତତନ୍ତ କରାଯାଉଛି।  ଏପରି କାମ ଯେଉଁମାନେ କରୁଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।”

ପୀଡ଼ିତା ଛାତ୍ରୀ କହିଛନ୍ତି, “ଆମେ ଦୁଇ ଜଣ ପୋଲ ଉପରେ ବସି କଥା ହେଉଥିବା ସମୟରେ ୫ ଜଣ ଯୁବକ ଆସି ଆମକୁ ମାଡ଼ ମାରି ଜଙ୍ଗଲକୁ ନେଇ ଯାଇଥିଲେ।  ଜଙ୍ଗଲରେ ଆମକୁ ଖରାପ କାମ କରିବା ପାଇଁ ଜବରଦସ୍ତ କରିଥିଲେ। ସେମାନଙ୍କୁ ଫାଶି ଦିଆଯାଉ।  ଯେମିତି ଆଉ କାହା ସହିତ ଏପରି ଘଟଣା ଘଟିବ ନାହିଁ।”

ପୀଡ଼ିତ ଛାତ୍ର କହିଛନ୍ତି,“ଜଙ୍ଗଲରେ ଆମକୁ ଖରାପ କାମ କରିବା ପାଇଁ ଜବରଦସ୍ତ କଲାପରେ ମୋବାଇଲରେ ଭିଡିଓ ସୁଟିଂ କରିଥିଲେ। ଭିଡିଓ ଭାଇରାଲ୍ କରିଦେବାର ଭୟ ଦେଖାଇ ପଚାଶ ହଜାର ଟଙ୍କା ମାଗିଥିଲେ, ଆମେ ତାଙ୍କୁ ୨୦ ହଜାର ଟଙ୍କା ଦେଇଥିଲୁ। ଅବଶିଷ୍ଟ ଟଙ୍କା ନ ଦେଇ ପାରିବାରୁ ଏମଏମଏସ କରି ପୁରା ଭିଡ଼ିଓକୁ ଭାଇରାଲ କରିଦେଇଥିଲେ। ତାଙ୍କୁ ଏଥିପାଇଁ ଫାଶି ଦିଆଯାଉ।”

Related story