କଙ୍ଗାରୁ କୋର୍ଟରେ ଯୁବକଙ୍କୁ ମାରପିଟ୍‌

ବାଲେଶ୍ୱର: ମରିଯାଉଛି ମାନବିକତା। ବେଆଇନ କଙ୍ଗାରୁ କୋର୍ଟରେ ଦିଆଯାଉଛି ନିର୍ଯାତନା। ଏମିତି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଗାଁରୁ। ଗାଁର ସରପଞ୍ଚଙ୍କ ସ୍ୱାମୀ ଓ ଗାଁର କିଛି ଲୋକ ମିଶି କଙ୍ଗାରୁ କୋର୍ଟ ବସାଇ ଯୁବକଙ୍କୁ ଅକଥନୀୟ ଅତ୍ୟାଚାର କରିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସ୍ଥାନୀୟ ଖରଜିଚକ ଗାଁର ସତ୍ୟନାରାଣ ଦେ ନାମକ ଜଣେ ଯୁବକ ଗତକାଲି ରାତିରେ ନାଚିନ୍ଦା ଗାଁକୁ କୁକୁଡ଼ା ମାଂସ ଆଣିବାକୁ ଯାଇଥିଲେ। […]

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 12:41 PM IST

ବାଲେଶ୍ୱର: ମରିଯାଉଛି ମାନବିକତା। ବେଆଇନ କଙ୍ଗାରୁ କୋର୍ଟରେ ଦିଆଯାଉଛି ନିର୍ଯାତନା। ଏମିତି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଗାଁରୁ। ଗାଁର ସରପଞ୍ଚଙ୍କ ସ୍ୱାମୀ ଓ ଗାଁର କିଛି ଲୋକ ମିଶି କଙ୍ଗାରୁ କୋର୍ଟ ବସାଇ ଯୁବକଙ୍କୁ ଅକଥନୀୟ ଅତ୍ୟାଚାର କରିଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ସ୍ଥାନୀୟ ଖରଜିଚକ ଗାଁର ସତ୍ୟନାରାଣ ଦେ ନାମକ ଜଣେ ଯୁବକ ଗତକାଲି ରାତିରେ ନାଚିନ୍ଦା ଗାଁକୁ କୁକୁଡ଼ା ମାଂସ ଆଣିବାକୁ ଯାଇଥିଲେ।  ଅନ୍ୟ ଉଦ୍ଦେଶ୍ୟରେ ଆସିଥିବା ସନ୍ଦେହ କରି ତାଙ୍କୁ ଗାଁ ଲୋକେ ବାନ୍ଧି ମାରପିଟ୍ କରିଥିଲେ। ମାରଧର ପରେ ତାଙ୍କଠାରୁ ଟଙ୍କା, ସୁନା ଆଦି ଛଡ଼ାଇ ନେଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related story