ବାଲେଶ୍ୱରରେ ଶିଶୁକୁ ହେପାଟାଇଟିସ୍‌-ସି ସଂକ୍ରମିତ ରକ୍ତ ଦିଆଯାଇଥିଲା: ରିପୋର୍ଟ

ବାଲେଶ୍ୱର: ବାଲେଶ୍ୱରରେ ଏକ ତିନି ବର୍ଷର ଥାଲାସେମିଆ ଆକ୍ରାନ୍ତ ଶିଶୁକୁ ସଂକ୍ରମିତ ରକ୍ତ ଦିଆଯିବା ମାମଲାରେ ରକ୍ତ ପରୀକ୍ଷାର ଚୂଡ଼ାନ୍ତ ରିପୋର୍ଟ ଆଜି ବମ୍ୱେରୁ ଆସିଛି। ଶିଶୁଟିର ରକ୍ତ ସଂକ୍ରମିତ ହୋଇଛି ଓ ହେପାଟାଇଟିସ୍‌-ସି ପଜିଟିଭ୍ ଥିବା ରିପୋର୍ଟରୁ ଜଣାପଡ଼ିଛି। ଶିଶୁଟିର ପିତା ଏ ନେଇ ଅଫିସିଆଲି କାହାକୁ ଅବଗତ କରାଇ ନାହନ୍ତି। ସରକାରୀ ଭାବେ ଏହି ରିପୋର୍ଟ ଆମ ପାଖକୁ ଆସି ନ ଥିବାରୁ ଏ ସମ୍ପର୍କରେ ଆମେ କୌଣସି ମନ୍ତବ୍ୟ ଦେବୁ ନାହିଁ ବୋଲି ସିଡିଏମ୍‌ଓ, […]

child-baleswar

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 03:31 PM IST

ବାଲେଶ୍ୱର: ବାଲେଶ୍ୱରରେ ଏକ ତିନି ବର୍ଷର ଥାଲାସେମିଆ ଆକ୍ରାନ୍ତ ଶିଶୁକୁ ସଂକ୍ରମିତ ରକ୍ତ ଦିଆଯିବା ମାମଲାରେ ରକ୍ତ ପରୀକ୍ଷାର ଚୂଡ଼ାନ୍ତ ରିପୋର୍ଟ ଆଜି ବମ୍ୱେରୁ ଆସିଛି। ଶିଶୁଟିର ରକ୍ତ ସଂକ୍ରମିତ ହୋଇଛି ଓ ହେପାଟାଇଟିସ୍‌-ସି ପଜିଟିଭ୍ ଥିବା ରିପୋର୍ଟରୁ ଜଣାପଡ଼ିଛି।

ଶିଶୁଟିର ପିତା ଏ ନେଇ ଅଫିସିଆଲି କାହାକୁ ଅବଗତ କରାଇ ନାହନ୍ତି। ସରକାରୀ ଭାବେ ଏହି ରିପୋର୍ଟ ଆମ ପାଖକୁ ଆସି ନ ଥିବାରୁ ଏ ସମ୍ପର୍କରେ ଆମେ କୌଣସି ମନ୍ତବ୍ୟ ଦେବୁ ନାହିଁ ବୋଲି ସିଡିଏମ୍‌ଓ, ଏଡିଏମ୍‌ଓ, ବ୍ଲଡ୍‌ ବ୍ୟାଙ୍କ୍ ଅଧିକାରୀ ଓ ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ଥାଲାସେମିଆରେ ପୀଡ଼ିତ ଶିଶୁକନ୍ୟାକୁ ବାଲେଶ୍ୱର ରେଡକ୍ରସ୍ ବ୍ଲଡବ୍ୟାଙ୍କରୁ ରକ୍ତ ନିୟମିତ ଦିଆଯିବା ସହ ପ୍ରତି ୬ମାସରେ କଟକ ବଡ଼ ମେଡିକାଲରେ ରକ୍ତ ପରୀକ୍ଷା କରାଯାଏ। ତେବେ ଏଥର ପରୀକ୍ଷାରୁ ଶିଶୁଟି ହେପାଟାଇଟିସ୍‌-ସିରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସଂକ୍ରମିତ ରକ୍ତ ଦିଆଯାଇଥିବାରୁ ଏପରି ହୋଇଥିବା ଶିଶୁର ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

Related story