ନିଲମ୍ବନ ଆଦେଶ ଉଠିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଭାତ ତ୍ରିପାଠୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ଉଠିଇବା ପରେ ଆଜି ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ  ପ୍ରଭାତ ଗଣମାଧ୍ୟମକୁ କହିଥିଲେ,“ଆଗରେ ଦଳ ପାଇଁ ସକ୍ରିୟଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଲେ। ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଲିଙ୍କ ଅଭିଯୋଗରେ ୨୦୧୪ ଅକ୍ଟୋବରରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ପ୍ରଭାତଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। କିଛି ମାସ ଜେଲ୍‌ରେ […]

nn

Rakesh Mallick
  • Published: Saturday, 11 November 2017
  • , Updated: 11 November 2017, 12:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ଉଠିଇବା ପରେ ଆଜି ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ  ପ୍ରଭାତ ଗଣମାଧ୍ୟମକୁ କହିଥିଲେ,“ଆଗରେ ଦଳ ପାଇଁ ସକ୍ରିୟଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଲେ।

ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଲିଙ୍କ ଅଭିଯୋଗରେ ୨୦୧୪ ଅକ୍ଟୋବରରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ପ୍ରଭାତଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। କିଛି ମାସ ଜେଲ୍‌ରେ ରହିବା ପରେ ସେ ଜାମିନରେ ଆସିଥିଲେ। ତେବେ ହାଇକୋର୍ଟ ତାଙ୍କୁ ଦେଇଥିବା ଜାମିନ ଉପରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ସିବିଆଇ। ନିକଟରେ ହାଇକୋର୍ଟଙ୍କ ଜାମିନ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ।

ଗତକାଲି ବିଜେଡି ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇଥିଲା।

ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ବାଙ୍କୀ ମହୋତ୍ସବ ପାଇଁ ଟଙ୍କା କାରବାର ନେଇ ଏକ ଅଡିଓ ଟେପ୍ ସାମ୍ନାକୁ ଆସିବା ପରେ ସିବିଆଇ ପ୍ରଭାତ ତ୍ରିପାଠୀଙ୍କୁ ଗିରଫ କରିଥିଲା।

 

 

Related story