ବଂଶଧାରା ନଦୀଜଳ ବିବାଦ: ଆଜି ଆସିବ ଚୂଡ଼ାନ୍ତ ରାୟ

ଭୁବନେଶ୍ୱର: ବଂଶଧାରା ନଦୀଜଳ ବିବାଦର ଆଜି ଆସିବ ଚୂଡ଼ାନ୍ତ ରାୟ। ଓଡ଼ିଶା ଓ ଆନ୍ଧ୍ର ବଂଶଧାରା ନଦୀଜଳ ବିବାଦ ସମାଧାନ ପାଇଁ ଗଠିତ  ଟ୍ରିବ୍ୟୁନାଲ ଆଜି ତାଙ୍କ ରାୟ ଶୁଣାଇବେ। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଂଶଧାରା ନଦୀ ଜଳ ବିବାଦର ସମାଧାନ ପାଇଁ ୨୦୧୨ରେ ଗଠିତ ହୋଇଥିଲା ବଂଶଧାରା ନଦୀଜଳ ବିବାଦ ଟ୍ରିବ୍ୟୁନାଲ। ଜଷ୍ଟିସ ମୁକୁନ୍ଦକମ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଟ୍ରିବ୍ୟୁନାଲ ସଦସ୍ୟ ଗତ ୨୦୧୩ ଡିସେମ୍ବରରେ ମାମଲାର ଶୁଣାଣି କରି ଅନ୍ତରୀଣ […]

Rakesh Mallick
  • Published: Wednesday, 13 September 2017
  • , Updated: 13 September 2017, 07:33 AM IST

ଭୁବନେଶ୍ୱର: ବଂଶଧାରା ନଦୀଜଳ ବିବାଦର ଆଜି ଆସିବ ଚୂଡ଼ାନ୍ତ ରାୟ। ଓଡ଼ିଶା ଓ ଆନ୍ଧ୍ର ବଂଶଧାରା ନଦୀଜଳ ବିବାଦ ସମାଧାନ ପାଇଁ ଗଠିତ  ଟ୍ରିବ୍ୟୁନାଲ ଆଜି ତାଙ୍କ ରାୟ ଶୁଣାଇବେ।

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଂଶଧାରା ନଦୀ ଜଳ ବିବାଦର ସମାଧାନ ପାଇଁ ୨୦୧୨ରେ ଗଠିତ ହୋଇଥିଲା ବଂଶଧାରା ନଦୀଜଳ ବିବାଦ ଟ୍ରିବ୍ୟୁନାଲ। ଜଷ୍ଟିସ ମୁକୁନ୍ଦକମ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଟ୍ରିବ୍ୟୁନାଲ ସଦସ୍ୟ ଗତ ୨୦୧୩ ଡିସେମ୍ବରରେ ମାମଲାର ଶୁଣାଣି କରି ଅନ୍ତରୀଣ ରାୟ ଦେଇଥିଲେ। ଏହି ରାୟ ଅନୁସାରେ ଆନ୍ଧ୍ରକୁ ୮ ଏବଂ ଓଡ଼ିଶାକୁ ୪ଟିଏମସି ଜଳ ନେବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ।

ତେବେ ଆନ୍ଧ୍ରପ୍ରଦେଶ ସରକାର କାଟ୍ରାଗୁଡ଼ା ସାଇଡ୍ କେନାଲ ଓୟାର ନିର୍ମାଣ କରିବାରୁ ଏହାକୁ ବିରୋଧ କରି ଓଡ଼ିଶା ସୁପ୍ରିମକୋର୍ଟରେ ଲିଭ୍ ପିଟିସନ ଦାଏର କରିଥିଲା। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ବଂଶଧାରା ନଦୀଜଳ ଟ୍ରିବ୍ୟୁନାଲ ପୂର୍ବରୁ ଏହି ମାମଲାରେ ତାଙ୍କ ଶୁଣାଣି ଶେଷ କରିଥିବା ବେଳେ ଆଜି ରାୟ ପ୍ରକାଶ କରିବା ସମ୍ଭାବନା ରହିଛି।  ବଂଶଧାରା ନଦୀଜଳ ବିବାଦରେ ଗଠିତ ଟ୍ରିବ୍ୟୁନାଲ ଅବଧି ୫ ବର୍ଷ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଅବଧି ଶେଷ ହେଉଛି।

Related story