ବରଗଡ଼: ବରଗଡ଼ରୁ କଂଗ୍ରେସ ଆରମ୍ଭ କରିବ ଚାଷୀ ବଞ୍ଚାଅ ଆନ୍ଦୋଳନ। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏହା ଆରମ୍ଭ କରିବେ। ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ବରଗଡ଼ ଜିଲ୍ଲା ଗସ୍ତରେ ଆସି ସାମ୍ୱାଦିକ ସମ୍ମିଳନୀରେ ଏହା କହିଛନ୍ତି। ପ୍ରସାଦ ସରକାରଙ୍କ ଉପରେ ବର୍ଷି କହିଛନ୍ତି ଯେ ସରକାର ଭୁଲ ନୀତି ଯୋଗୁଁ ଚାଷୀ ଆତ୍ମହତ୍ୟା ଘଟଣା ବଢି ଚାଲିଛି। ଜିଲ୍ଲାର କଦଳିପାଲି, ଅଡଗାଁ, ଦେବାହାଲ, ସାପଲହର ଗ୍ରାମରେ ଚାଷ ପାଇଁ ଆଣିଥିବା କରଜ ଟଙ୍କ। ସୁଝିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚାଷରେ ଅଧିକ ଖର୍ଚ୍ଚ କରି ତାଠାରୁ କମ ପାଉଛନ୍ତି। ଧାନର ସହାୟକ ମୁଲ୍ୟ ମଧ୍ୟ ପାଇପାରୁନାହାନ୍ତି। ତେଣୁ କଂଗ୍ରେସ ଚାଷୀ ବଞ୍ଚାଅ କାର୍ଯ୍ୟକ୍ରମ କରିବ। ସେହିପରି ଓଡ଼ିଶା ସରକାର ବିଧାନସଭାରେ ବିରୋଧୀ ଦଳର କଣ୍ଠରୋଧ କରିଥିବା ବେଳେ ପଶ୍ଚିମ ଓଡିଶାବାସୀଙ୍କୁ ସବୁବେଳେ ଅବହେଳିତ କରିଥିବା ସେ କହିଛନ୍ତି। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Miscellaneous
ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ
ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।