ବରଗଡ଼ ଜିଲ୍ଲା ଦେବାହାଲ ଗାଁରେ ମୃତ ଚାଷୀଙ୍କ ପରିବାରକୁ ଭେଟି ଚାଷୀ ବଞ୍ଚାଅ ପଦଯାତ୍ରାରେ ବାହାରିଲେ ରାହୁଲ

ଝାରସୁଗୁଡା/ବରଗଡ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଓଡ଼ିଶାରେ ପହଞ୍ଚି ଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବରଗଡ ଜିଲ୍ଲାର ଦେବାହାଲରୁ ଚାଷୀ ବଞ୍ଚାଅ ପଦଯାତ୍ରାରେ ବାହାରିଛନ୍ତି । ରାହୁଲ ଆଜି ସକାଳେ ଝାରସୁଗୁଡ଼ା ଏୟାରଷ୍ଟ୍ରିପରେ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିବା ପରେ ସେଠାରୁ ସଡ଼କ ପଥରେ ବରଗଡ଼ ଜିଲ୍ଲା ଦେବାହାଲ ଗାଁକୁ ଯାଇଥିଲେ । ସେଠାରେ ସେ ମୃତ ଚାଷୀ ସାନନ୍ଦ କଠାରଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ତାଙ୍କ ପରିବାର […]

rahul

rahul

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 07:01 AM IST

Sports

Latest News

rahulଝାରସୁଗୁଡା/ବରଗଡ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ଓଡ଼ିଶାରେ ପହଞ୍ଚି ଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବରଗଡ ଜିଲ୍ଲାର ଦେବାହାଲରୁ ଚାଷୀ ବଞ୍ଚାଅ ପଦଯାତ୍ରାରେ ବାହାରିଛନ୍ତି । ରାହୁଲ ଆଜି ସକାଳେ ଝାରସୁଗୁଡ଼ା ଏୟାରଷ୍ଟ୍ରିପରେ ଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିବା ପରେ ସେଠାରୁ ସଡ଼କ ପଥରେ ବରଗଡ଼ ଜିଲ୍ଲା ଦେବାହାଲ ଗାଁକୁ ଯାଇଥିଲେ । ସେଠାରେ ସେ ମୃତ ଚାଷୀ ସାନନ୍ଦ କଠାରଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ତାଙ୍କ ପରିବାର ଳୋକଙ୍କ ସହ ଆଲୋଚନା କରିଥିଲେ । ରାହୁଲଙ୍କ ସହ କଂଗ୍ରେସର ୧୪ଜଣ ବରିଷ୍ଠ ନେତାଙ୍କ ସହ ମୃତ ଚାଷୀ ସାନନ୍ଦଙ୍କ ଘରକୁ ଯାଇଥିଲେ । ପରେ ବରଗଡ ଗାଁ ମୁଣ୍ଡରେ ଥିବା ସଭାଗୃହରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ସେ ପଦଯାତ୍ରାରେ ବାହାରି ଗାଁର ଅନ୍ୟ ଚାଷୀଙ୍କ ସହ ଆଲୋଚନା କରିବା ସହ ଜିଲ୍ଲାର ଆତ୍ମହତ୍ୟା କରିଥିବା ୧୨ ଜଣ ଚାଷୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ପରେ ସାଢେ଼ ୭ କିଲୋମିଟର ବ୍ୟାପୀ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ସମୟରେ ରାହୁଲ ଚାଷୀମାନଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ରେଙ୍ଗ।ଲି କ୍ୟାମ୍ପରେ ଭୂମିହୀନ ଆଦିବାସୀଙ୍କ ସହ ଆଲୋଚନା ପରେ ଲାଦେରପାଲ୍ଲି ଓ ଅତାବିରା କଲେଜରେ ଛାତ୍ରଛାତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ବି ରହିଛି ରାହୁଲଙ୍କର । ବୁର୍ଲା ଅଶୋକ ନିବାସରେ ରାହୁଲ ମଧ୍ୟାହ୍ନରେ ବିଶ୍ରାମ ନେବା ପରେ ଅପରାହ୍ନ ୫ଟାବେଳେ ସମ୍ୱଲପୁର ଜିଲ୍ଲାର ବୁଦ୍ଧିଜୀବୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଆଜି ରାତିରେ ଅଶୋକ ନିବାସରେ ରାତ୍ରୀଯାପନ କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଏହି ଗସ୍ତକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସପିଜି ସୁରକ୍ଷା ସହ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ରହିବେ ରାହୁଲ। ଝାରସୁଗୁଡା ଏୟାରଷ୍ଟ୍ରିରେ ରାହୁଲଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଏଆଇସିସି ସମ୍ପାଦକ ଶୁଭଙ୍କର ସରକାର ପ୍ରମୁଖ ସ୍ୱାଗତ ଜଣାଇଥିଲେ ।rahul-gandi at-baragard

୧୧ତାରିଖରେ ରାହୁଲ କଟକ ଶିଶୁଭବନ ଯାଇ ସ୍ଥିତିର ଅନୁଧ୍ୟାନ କରିବେ। ରାହୁଲଙ୍କ ଦୁଇ ଦିନିଆ ଗସ୍ତକୁ ଦୃଷ୍ଟିରେ ରଖି ବରଗଡ଼, କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। କେନ୍ଦ୍ରରୁ ଆସିଥିବା ଏସପିଜି ଟିମ୍ କଟକ, ଭୁବନେଶ୍ୱର ସମେତ ବରଗଡ଼ ଯାଇ ସୁରକ୍ଷା ବନ୍ଦୋବସ୍ତର ସମୀକ୍ଷା କରିଛନ୍ତି। ମହାରାଷ୍ଟ୍ର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ପରେ ଏବେ ରାହୁଲଙ୍କ ଫୋକସରେ ରହିଛି ଓଡ଼ିଶା।

ଅନ୍ୟପକ୍ଷରେ ରାହୁଲଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ କ୍ୟାମ୍ପରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ପ୍ରସାଦ ହରିଚନ୍ଦନ ପିସିସି ସଭାପତି ହେବା ପରେ ଏହା ହେଉଛି ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ। ରାହୁଲଙ୍କ ପଦଯାତ୍ରାରୁ ପଶ୍ଚିମ ଓଡ଼ିଶାରେ ସଂଗଠନ ସଜାଡିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। ବରଗଡ଼ ଲୋକସଭା ବିଜେଡି ଦଖଲରେ ରହିଛି। ତେବେ ବରଗଡ଼ ଲୋକସଭା ଅନ୍ତର୍ଗତ ୭ ବିଧାନସଭା ଆସନରୁ କଂଗ୍ରେସ କବଜାରେ ୨ଟି ଆସନ ଝାରସୁଗୁଡା ଓ ବିଜେପୁର ରହିଛି। ଝାରସୁଗୁଡାରୁ ନବ ଦାସ ଜିତିଥିବା ବେଳେ ବିଜେପୁରରୁ ବିଜୟ ଲାଭ କରିଥିଲେ ସୁବଳ ସାହୁ। ତେବେ ରାହୁଲ ତାଙ୍କ ଗସ୍ତ ସମୟରେ କେନ୍ଦ୍ର ବିଫଳତା ନା ରାଜ୍ୟ ଅରାଜକତା ଉପରେ ଗୁରୁତ୍ୱ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story