ବାରିପଦାରେ କଙ୍ଗାରୁ କୋର୍ଟ: ୪ ଜଣଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼

Ordigital Desk
  • Published: Sunday, 30 July 2017
  • , Updated: 30 July 2017, 02:34 PM IST
<p>ବାରିପଦା: ବାରିପଦା ସହରରେ ପ୍ରଜାକୋର୍ଟ।&nbsp; ଜଣେ ବିବାହିତା ମହିଳାଙ୍କ ନିଖୋଜରେ ସଂପୃକ୍ତି ଅଭିଯୋଗରେ ଚାରିଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ।&nbsp; ସେମାନଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅକଥନୀୟ ନିର୍ଯାତନା ଦିଆଯାଇଥିଲା। ବାରିପଦା ସହରର ୨୪ ନମ୍ବର ୱାର୍ଡର ତକତପୁର ଅଞ୍ଚଳରେ ଘଟିଛି ଏହି ଘଟଣା। ଏହି ଅଞ୍ଚଳର ଜଣେ ମହିଳା ଜୁନ ୨୫ ତାରିଖରେ ନିଖୋଜ ହୋଇଯାଇଥିଲେ। ଏନେଇ ତାଙ୍କ ସ୍ୱାମୀ ବାରିପଦା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ମହିଳା ଜଣଙ୍କ ମୁମ୍ୱାଇରେ ରହୁଥିବା ଜାଣିବାକୁ ପାଇଥିଲେ। ପୋଲିସ ମୁମ୍ୱାଇ ଯାଇ ଗତକାଲି ମହିଳା ଏବଂ ତାଙ୍କ ସହ ରହୁଥିବା ଯୁବକଙ୍କୁ ଉଦ୍ଧାର କରିଥିଲା।</p> <p>ଆଜି ସକାଳେ ମହିଳାଙ୍କ ସ୍ୱାମୀ ସେହି ଯୁବକଙ୍କୁ ଫୋନ୍ କରି ଘରକୁ ଡାକିଥିଲେ। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଭେଲୁରା ଗାଁରେ ରହୁଥିବା ଯୁବକ ତାଙ୍କ ପରିବାର ସହ ମହିଳାଙ୍କୁ ଧରି ଆସି ବାରିପଦାରେ ପହଞ୍ଚିଥିଲେ। ପୂର୍ବ ଯୋଜନା ଅନୁସାରେ ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟମାନେ ୪ ଜଣଙ୍କୁ ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। &nbsp;ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି।</p>

Related story