ସଂକେତରୁ ଜାଣନ୍ତୁ ଘରେ ରହିଛି କି ବାସ୍ତୁ ଦୋଷ ?

ଘରେ ରହୁଥିବା କୌଣସି ସଦସ୍ୟ ସବୁବେଳେ ବେମାର ରହୁଛନ୍ତି କି ? କୌଣସି ଅଭାବ ନଥାଇ ବି ସମସ୍ୟା ପିଛା ଛାଡ଼ୁ ନାହିଁ ? ଘର ସଦସ୍ୟଙ୍କ ମାନସିକ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ? ବିବାହ ଯୋଗ୍ୟ ଯୁବକଯୁବତୀଙ୍କ ବାହାଘର ଠିକ୍‌ ହୋଇପାରୁ ନାହିଁ କି ? ଯଦି ଏପରି ସମସ୍ୟାରେ ପଡୁଛନ୍ତି ତେବେ ଜାଣନ୍ତୁ ଆପଣ ରହୁଥିବା ଘରେ କିଛି ବାସ୍ତୁଦୋଷ ରହିଛି। ଏଥିରେ କିଛି ଭୟ କରିବାର ନାହିଁ। ଜ୍ୟୋତିଷଶାସ୍ତ୍ରରେ ଏସବୁ […]

house

house

Rakesh Mallick
  • Published: Tuesday, 02 January 2018
  • Updated: 02 January 2018, 11:41 AM IST

Sports

Latest News

ଘରେ ରହୁଥିବା କୌଣସି ସଦସ୍ୟ ସବୁବେଳେ ବେମାର ରହୁଛନ୍ତି କି ? କୌଣସି ଅଭାବ ନଥାଇ ବି ସମସ୍ୟା ପିଛା ଛାଡ଼ୁ ନାହିଁ ? ଘର ସଦସ୍ୟଙ୍କ ମାନସିକ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ? ବିବାହ ଯୋଗ୍ୟ ଯୁବକଯୁବତୀଙ୍କ ବାହାଘର ଠିକ୍‌ ହୋଇପାରୁ ନାହିଁ କି ? ଯଦି ଏପରି ସମସ୍ୟାରେ ପଡୁଛନ୍ତି ତେବେ ଜାଣନ୍ତୁ ଆପଣ ରହୁଥିବା ଘରେ କିଛି ବାସ୍ତୁଦୋଷ ରହିଛି। ଏଥିରେ କିଛି ଭୟ କରିବାର ନାହିଁ। ଜ୍ୟୋତିଷଶାସ୍ତ୍ରରେ ଏସବୁ ସମସ୍ୟା ସମାଧାନର ଉପାୟ ରହିଛି। ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ, ତାଙ୍କ କହିବା ଅନୁଯାୟୀ ଉପାୟ ଅବଲମ୍ୱନ କରନ୍ତୁ ସମସ୍ୟା ଦୂର ହୋଇଯିବ।

ଆସନ୍ତୁ ଜାଣିବା ଘରେ କେଉଁ ପାୟ ଅବଲମ୍ବନ କଲେ ଦୂର ହୋଇଥାଏ ବାସ୍ତୁ ସମସ୍ୟା।

୧. ଘର ସମ୍ମୁଖରେ କୌଣସି ପ୍ରକାର ଖମ୍ୱ କିମ୍ୱା ବଡ଼ ଗଛ ଥିଲେ ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥାଏ। ଏପରି ସମସ୍ୟାର ସମାଧାନ ପାଇଁ ଘର ସାମ୍ମୁଖରେ ଅଶୋକ କିମ୍ୱା ସୁଗନ୍ଧିତ ଫୁଲ ଗଛ ଲଗାଇ ଦିଅନ୍ତୁ। ଘର ସାମ୍ମୁଖରେ ତୁଳସୀ ଗଛ ଲଗାଇବା ଘର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ଭଲ ହୋଇଥାଏ।

୨. ଶୋଇବା ଘରେ ବାସନା ଅଗରବତୀ, ଘିଅ ଦୀପ ଲଗାନ୍ତୁ ମନ ପ୍ରସନ୍ନ ରହିବ। ଝାଡ଼ୁକୁ ଶୋଇବା ଘରେ ରଖନ୍ତୁ ନାହିଁ।

୩. ଐଶାନ୍ୟ କୋଣରେ ପାଣି ଭରା ହୋଇଥିବା ଏକ ମାଠିଆ ରଖିଦିଅନ୍ତୁ। ଏହି କୋଣକୁ ସଫା ସୁତୁରା ରଖନ୍ତୁ।

୪. ଘରର ଅଗ୍ନିକୋଣରେ ଏକ ଲାଲ୍‌ ରଙ୍ଗର ବଲ୍‌ବ ଦିନ ରାତି ଜଳାଇ ରଖନ୍ତୁ।

୫. ପୂଜା ହେଉଥିବା ଘରେ ତ୍ରିମୁଖୀ ଗଣେଷଙ୍କ ଫଟୋ କିମ୍ୱା ମୂର୍ତ୍ତିକୁ ପୂଜା କରନ୍ତୁ ନାହିଁ। ଏହା ଦ୍ୱାରା ଅଶାନ୍ତି ଉତ୍ପନ ହୋଇଥାଏ। ଧୂପ, ଆଳତୀ, ଦୀପ, ଅଗ୍ନି ଆଦିକୁ ଫୁଙ୍କି ଲିଭାନ୍ତୁ ନାହିଁ। ପୂଜା କକ୍ଷରେ ଧୂପ, ଅଗରବତୀ, ଅଗ୍ନିକୁଣ୍ଡକୁ ଦକ୍ଷିଣ-ପୂର୍ବ ଦିଗରେ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos