ଭୁବନେଶ୍ୱର: ୩୦ ଲକ୍ଷରୁ ଅଧିକ ଟଙ୍କା ଓ କାର ଜବତ, ୨ ଅଟକ

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଆଜି ସହିଦ୍‌ନଗର ଅଞ୍ଚଳରୁ ୩୦ ଲକ୍ଷ ଟଙ୍କାର ପୁରୁଣା ନୋଟ୍‌ ଓ ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ ସହ ଏକ କାର ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳସା ଗାଁର ସୁମନ୍ତ ପ୍ରଧାନ ଓ ମମତା ବେହେରାଙ୍କୁ ଅଟକ ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ଜବତ କାର ନମ୍ୱର(ଓଡ଼ି-୩୩ଜେ-୮୧୩୧)। କାରଟି ଗଞ୍ଜାମ ଜିଲ୍ଲା ଆସିକା କଳାଷଣ୍ଢପୁର ଗାଁର ଗଣପତି ବେହେରାଙ୍କ ନାମରେ […]

note1

Rakesh Mallick
  • Published: Saturday, 19 November 2016
  • , Updated: 19 November 2016, 11:06 PM IST

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଆଜି ସହିଦ୍‌ନଗର ଅଞ୍ଚଳରୁ ୩୦ ଲକ୍ଷ ଟଙ୍କାର ପୁରୁଣା ନୋଟ୍‌ ଓ ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ ସହ ଏକ କାର ଜବତ କରିଛି। ଏହି ଘଟଣାରେ ପୋଲିସ୍‌ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳସା ଗାଁର ସୁମନ୍ତ ପ୍ରଧାନ ଓ ମମତା ବେହେରାଙ୍କୁ ଅଟକ ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି।

ଜବତ କାର ନମ୍ୱର(ଓଡ଼ି-୩୩ଜେ-୮୧୩୧)। କାରଟି ଗଞ୍ଜାମ ଜିଲ୍ଲା ଆସିକା କଳାଷଣ୍ଢପୁର ଗାଁର ଗଣପତି ବେହେରାଙ୍କ ନାମରେ ରହିଛି। ଏହି ଟଙ୍କା ବଦଳ ପାଇଁ ଆସିଥିବା ପୋଲିସ୍‌ ସନ୍ଦେହ କରୁଛି।

Related story