ପ୍ରଚାରରେ ନୁହେଁ, କାମରେ ବିଶ୍ୱାସ କରେ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: “ମୁଁ ପ୍ରଚାରରେ ନୁହେଁ, କାମରେ ବିଶ୍ୱାସ କରେ। ନିର୍ବାଚନୀ ଇସ୍ତାହାରକୁ ସରକାରୀ ଏଜେଣ୍ଡା ଭାବେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଏକମାତ୍ର ରାଜ୍ୟ।” ଆଜି ସଚିବାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ସରକାରର ଚତୁର୍ଥ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିଭାଗର ସମୀକ୍ଷା ନେଇ ସେ ଆଜି କହିଛନ୍ତି,“ଅଧିକାଂଶ ବିଭାଗର ପ୍ରଦର୍ଶନ ଭଲ ରହିଛି।  ତେବେ କିଛି କ୍ଷେତ୍ରରେ ଏବେବି ଉନ୍ନତିର ଆବଶ୍ୟକତା ରହିଛି। ଏବେ […]

naveen

Rakesh Mallick
  • Published: Monday, 06 June 2016
  • , Updated: 06 June 2016, 08:38 PM IST

ଭୁବନେଶ୍ୱର: “ମୁଁ ପ୍ରଚାରରେ ନୁହେଁ, କାମରେ ବିଶ୍ୱାସ କରେ। ନିର୍ବାଚନୀ ଇସ୍ତାହାରକୁ ସରକାରୀ ଏଜେଣ୍ଡା ଭାବେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଏକମାତ୍ର ରାଜ୍ୟ।” ଆଜି ସଚିବାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜେଡି ସରକାରର ଚତୁର୍ଥ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିଭାଗର ସମୀକ୍ଷା ନେଇ ସେ ଆଜି କହିଛନ୍ତି,“ଅଧିକାଂଶ ବିଭାଗର ପ୍ରଦର୍ଶନ ଭଲ ରହିଛି।  ତେବେ କିଛି କ୍ଷେତ୍ରରେ ଏବେବି ଉନ୍ନତିର ଆବଶ୍ୟକତା ରହିଛି। ଏବେ ସୁଦ୍ଧା ୧ ନିୟୁତ ପକ୍କାଘର ନିର୍ମାଣ ଶେଷ ହୋଇଛି। ଭବିଷ୍ୟତରେ ରାଜ୍ୟରେ ୨.୩ ନିୟୁତ ପକ୍କା ଘର ନିର୍ମାଣ ପାଇଁ ଟାର୍ଗେଟ ରହିଛି। ଅନ୍ୟପକ୍ଷରେ ରାଜ୍ୟରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ବିଦ୍ୟୁତ ସଂଯୋଗ, ଗରିବ ଲୋକଙ୍କୁ ଘର ଯୋଗାଇବା, ଶସ୍ୟଋଣରେ ସହାୟତା, ନିରାମୟ ଯୋଜନା, ମମତା ଯୋଜନାର ସଫଳତା ଓ ଜଙ୍ଗଲ ଅଧିକାର ଆଇନ୍‌ର କାର୍ଯ୍ୟକାରିତା ନେଇ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି।”

ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି,“ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅନୁଦାନର ଅନୁପାତ କମିବା, ଓଡ଼ିଶାର ବିକାଶରେ ଅନ୍ତରାୟ ସାଜିଛି। କେନ୍ଦ୍ର ସରକାର ସେବା କର ବୃଦ୍ଧି କରିବା ଯୋଗୁଁ ଏହାର ଅଧିକ ବୋଝ ସାଧାରଣ ଲୋକଙ୍କ ଉପରେ ପଡିଛି।”

ଜୁନ୍‌ ୨ବାଲେଶ୍ୱର ବିକାଶ ଉତ୍ସବରେ ‘ରାଜ୍ୟ ସରକାର ଶୋଇଛନ୍ତି’ କହି ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ କହିଛନ୍ତି,“ରାଜ୍ୟ ସରକାର ଲୋକଙ୍କ ପାଇଁ କାମ ନ କରି କେବଳ ମିଡିଆରେ ପ୍ରଚାର କରୁଛନ୍ତି।  ଆମେ ଗତ ଦୁଇ ବର୍ଷରେ ଯାହା କରିଛୁ, ତା’ର ପ୍ରାମାଣିକ ତଥ୍ୟ ଦେଶବାସୀଙ୍କ ସମ୍ମୁଖରେ ରଖିଛୁ। ରାଜ୍ୟ ସରକାର କିଛି କରି ନାହାନ୍ତି କେବଳ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି।”

Related story