ବହୁ ରୋଗକୁ ଦୂର କରେ ଛତୁଆ

ଆୟୁର୍ବେଦ ଅନୁସାରେ ଛତୁଆ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ କ୍ୟାଲସିୟମ୍‌, ଫାଇବର ଓ ମ୍ୟାଗ୍ନେସିୟମ୍‌ ରହିଛି। ଯାହା ଶରୀରକୁ ଥଣ୍ଡା ରଖେ।  ଛତୁଆ ଖାଇବା ଦ୍ୱାରା ଗଳା ସମ୍ୱନ୍ଧୀୟ ରୋଗ, ବାନ୍ତି, ଶୋଷ, ଗରମ ଦିନରେ ଦେଖାଯାଉଥିବା ଅନେକ ରୋଗରୁ ନିଜକୁ ଦୂରେଇ ରଖିପାରିବେ। ଆସନ୍ତୁ ଜାଣିବା ନିୟମିତ ଛତୁ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳେ। ୧. ଚଣା ବା ବୁଟରେ ପ୍ରସ୍ତୁତ ଛତୁଆ ପେଟ ସମ୍ୱନ୍ଧୀୟ ରୋଗରୁ ଦୂର କରି […]

sattu-sharbat copy

Rakesh Mallick
  • Published: Thursday, 17 May 2018
  • , Updated: 17 May 2018, 09:52 AM IST

ଆୟୁର୍ବେଦ ଅନୁସାରେ ଛତୁଆ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ କ୍ୟାଲସିୟମ୍‌, ଫାଇବର ଓ ମ୍ୟାଗ୍ନେସିୟମ୍‌ ରହିଛି। ଯାହା ଶରୀରକୁ ଥଣ୍ଡା ରଖେ।  ଛତୁଆ ଖାଇବା ଦ୍ୱାରା ଗଳା ସମ୍ୱନ୍ଧୀୟ ରୋଗ, ବାନ୍ତି, ଶୋଷ, ଗରମ ଦିନରେ ଦେଖାଯାଉଥିବା ଅନେକ ରୋଗରୁ ନିଜକୁ ଦୂରେଇ ରଖିପାରିବେ। ଆସନ୍ତୁ ଜାଣିବା ନିୟମିତ ଛତୁ ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳେ।

୧. ଚଣା ବା ବୁଟରେ ପ୍ରସ୍ତୁତ ଛତୁଆ ପେଟ ସମ୍ୱନ୍ଧୀୟ ରୋଗରୁ ଦୂର କରି ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ।

୨. ଛତୁଆ ଶରୀରକୁ ଥଣ୍ଡା ରଖେ। ଖରାଦିନେ ଛତୁଆ ଖାଇବା ଦ୍ୱାରା ଅଂଶୁଘାତରୁ ରକ୍ଷା ମିଳେ।

୩. ପ୍ରାକୃତିକ ଭାବେ ରକ୍ତ ସଫା କରିବାରେ ଛତୁଆ ସହାୟକ ହୋଇଥାଏ। ଏଥିପାଇଁ ନିୟମିତ ଛତୁଆ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ।

୪. ଏଥିରେ ଫାଇବରର ମାତ୍ରା ପ୍ରଚୁର ମାତ୍ରାରେ ରହିଛି। ଭୋକ, କଫ, ପିତ୍ତ,ଥକ୍କାପଣ ଓ ଆଖି ସମ୍ୱନ୍ଧୀୟ ରୋଗ ପାଇଁ  ଛତୁଆ ଖାଇବା  ଲାଭକାରୀ।

୫. ଏହା ଶରୀରର ଥକ୍କାପଣ ଦୂର କରି ଭୋକ ବଢାଇବାରେ ସାହାଯ୍ୟ କରିଥାଏ। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଛତୁଆ ଖାଇବା ଲାଭକାରୀ।

୬. ଏଥିରେ ପୋଟାସିୟମ୍‌ ରହିଛି, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।

୭. ଏଥିରେ ଥିବା ପ୍ରୋଟିନ୍ ମାଂସପେଶୀକୁ ମଜଭୁତ ରଖେ।

୮. ଛତୁଆକୁ ପାଣିରେ ଗୋଳାଇ ପିଇବା ଦ୍ୱାରା ଶରୀରରେ ପାଣିର ଅଭାବ ଦୂର ହୁଏ। ଫଳରେ ଅଧିକ ଶୋଷ ଲାଗେନାହିଁ।

Related story