ଜାଣନ୍ତୁ ପ୍ରତିଦିନ ୩୦ମିନିଟ୍‌ ସାଇକେଲିଂର ଫାଇଦା

ଶରୀରର ଯତ୍ନ ନେବାକୁ ସାଇକେଲିଂ କରିବା ଏକ ଭଲ ଉପାୟ। ସାଇକେଲିଂ ଆପଣଙ୍କ ଶରୀରକୁ ଫିଟ୍‌ ରଖେ।  ଅଧିକ ଖର୍ଚ୍ଚ କରି ବି ଯେଉଁ ଫାଇଦା ମିଳେ ନାହିଁ, ତାହା ସାଇକେଲିଂରେ ସମ୍ଭବ। ଆଜିକାଲି ସାଇକେଲ ଚଲାଇବାର ସଉକ ଲୋକମାନଙ୍କ ମଧ୍ୟରେ କମିଗଲାଣି। କିନ୍ତୁ ପ୍ରତିଦିନ ମାତ୍ର ୩୦ ମିନିଟ୍ ସାଇକେଲ ଚଲାଇଲେ ଆପଣଙ୍କ ଶରୀର ଫିଟ୍‌ ରହିବା ସହ ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିବ। ଆସନ୍ତୁ ଜାଣିବା ସାଇକେଲ ଚଲାଇବାର କିଛି ଫାଇଦା। ୧. […]

Cycling_INSIDE copy

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 09:06 AM IST

ଶରୀରର ଯତ୍ନ ନେବାକୁ ସାଇକେଲିଂ କରିବା ଏକ ଭଲ ଉପାୟ। ସାଇକେଲିଂ ଆପଣଙ୍କ ଶରୀରକୁ ଫିଟ୍‌ ରଖେ।  ଅଧିକ ଖର୍ଚ୍ଚ କରି ବି ଯେଉଁ ଫାଇଦା ମିଳେ ନାହିଁ, ତାହା ସାଇକେଲିଂରେ ସମ୍ଭବ। ଆଜିକାଲି ସାଇକେଲ ଚଲାଇବାର ସଉକ ଲୋକମାନଙ୍କ ମଧ୍ୟରେ କମିଗଲାଣି। କିନ୍ତୁ ପ୍ରତିଦିନ ମାତ୍ର ୩୦ ମିନିଟ୍ ସାଇକେଲ ଚଲାଇଲେ ଆପଣଙ୍କ ଶରୀର ଫିଟ୍‌ ରହିବା ସହ ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିବ। ଆସନ୍ତୁ ଜାଣିବା ସାଇକେଲ ଚଲାଇବାର କିଛି ଫାଇଦା।

୧. ବଢ଼ୁଥିବା ବୟସର ପ୍ରଭାବ କମ୍‌ ପଡ଼ିବ- ବୟସର ପ୍ରଭାବ ପ୍ରଥମେ ଆପଣଙ୍କ ତ୍ୱଚାରେ ପରିଲକ୍ଷିତ ହୁଏ ପରେ ହାଡ଼ ଓ ଅନ୍ୟ ଅଙ୍ଗ ଉପରେ ପଡ଼ିଥାଏ। ପରେ ଶାରିରୀକ କ୍ଷମତା ଉପରେ ବୟସର ପ୍ରଭାବ ପଡ଼ିଥାଏ। କିନ୍ତୁ ସାଇକେଲିଂ କଲେ ଆପଣଙ୍କ ଶରୀରରେ ବୟସର ବେଶୀ ପ୍ରଭାବ ପଡ଼ିବ ନାହିଁ। ସାଇକେଲିଂ ଦ୍ୱାରା ଶରୀରର ଭଲ ବ୍ୟାୟାମ ହୋଇଯାଏ। ଫଳରେ ହାଡ଼ ମଜଭୁତ ହୋଇଥାଏ। ସାଇକେଲିଂ କଲାବେଳେ ଆପଣ ଜୋର୍‌ରେ ନିଶ୍ୱାସ ନେଲେ ଆପଣଙ୍କ ତ୍ୱଚାକୁ ଭରପୂର ପରିମାଣରେ ଅମ୍ଳଜାନ ମିଳିଥାଏ। ଫଳରେ ଚେହେରା ଅନେକ ଦିନ ଯାଏଁ ୟଙ୍ଗ୍ ଦେଖାଯାଏ।

 

୨. ହୃଦ ରୋଗ-  ସାଇକେଲିଂ ଏକ ଏରୋବିକ ବ୍ୟାୟାମ। ଏହାର ଅନେକ ଫାଇଦା ରହିଛି। ଏଥିରେ ହୃଦରୋଗ ହେବାର ଆଶଙ୍କା କମ୍‌ ରହିଥାଏ।  ସାଇକେଲିଂ କରିବା ଦ୍ୱାରା ମସ୍ତିଷ୍କରେ ସିରୋଟୋନିନ୍ ଓ ଡୋପାମାଇନ୍ ପରି ରସାୟନ ଉତ୍ପାଦନ ବୃଦ୍ଧି ହୋଇଥାଏ। ଫଳରେ ଆମେ ସବୁ ଦୁଃଖକୁ ଭୁଲି ସବୁବେଳେ ଖୁସି ରହିଥାଉ।

୩. ମୋଟାପଣ-  ପ୍ରତିଦିନ ୩୦ ମିନିଟ୍‌ ସାଇକେଲ ଚଲାଇଲେ ଆପଣଙ୍କ ଶରୀରରେ ଅନେକ କ୍ୟାଲୋରୀ କମିଯାଏ। ଫଳରେ ଓଜନ ହ୍ରାସ ପାଇଥାଏ ଓ ବଡି ଫିଟ୍‌ ରହିଥାଏ।

୪. ଡାଇବେଟିସ୍- ଡାଇବେଟିଜ୍‌ ରୋଗୀଙ୍କ ପାଇଁ ମଧ୍ୟ ସାଇକେଲିଂ ଲାଭଦାୟକ। ହେଲେ ଡାଇବେଟିସ୍ ରୋଗୀ ସାଇକେଲିଂ କରିବା ପୂର୍ବରୁ ପ୍ରଚୁର ପାଣି ପିଇବା ଜରୁରୀ। ଟାଇପ-୧ ଶ୍ରେଣୀର ଡାଇବେଟିସ୍ ରୋଗୀ ଯଦି ଏକ ଘଣ୍ଟାରୁ ଅଧିକ ସମୟ ସାଇକେଲିଂ କରୁଛନ୍ତି ତେବେ ସେମାନେ କିଛି କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଖାଇବା ଉଚିତ।

୫. ଆଣ୍ଠୁ ଗଣ୍ଠି ଦରଜ - ବୟସ ହୋଇଗଲେ ହାଡ଼ କମଜୋରହୋଇଯାଏ। ଫଳରେ ଦରଜ ହୋଇଥାଏ। ଆରାମରେ ଉଠି ବସି ହୁଏ ନାହିଁ। ସାଇକେଲିଂ ଦ୍ୱାରା ଗୋଡ଼ର ଭଲ ଏକ୍ସରସାଇଜ୍ ହୋଇଥାଏ। ଫଳରେ ଆଣ୍ଠୁ ଗଣ୍ଠି ଦରଜ କମିଥାଏ। ପ୍ରତିଦିନ ଚାଲିବା ଅପେକ୍ଷା ସାକେଲିଂ କଲେ ବେଶୀ ଲାଭ ମିଳିବ।

Related story