ବ୍ରହ୍ମପୁର: ଏକତରଫା ପ୍ରେମର କରୁଣ ପରିଣତି। ଗଞ୍ଜାମ ଜିଲ୍ଲା ଚିକିଟି ଥାନା ପତ୍ରଚୁଡି ଗାଁରେ ଯୁକ୍ତ ତିନି ଛାତ୍ରୀଙ୍କୁ ହତ୍ୟା ପରେ ଅଭିଯୁକ୍ତ ମୃତଦେହକୁ ପୋଡି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏପରି ଅମାନବୀୟ ଘଟଣା ଘଟିଛି।
ପତ୍ରଚୁଡି ଗାଁର କାହ୍ନୁଚରଣ ଗୌଡ଼ା ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ଅନେକ ସମୟରେ ତାଙ୍କୁ କମେଣ୍ଟ ମାରୁଥିଲେ। ଯୁବତୀ ଜଣଙ୍କ ବିରୋଧ ସତ୍ତ୍ୱେ କାହ୍ନୁ ତାଙ୍କୁ ହଇରାଣ କରୁଥିଲେ। ଏ ସମ୍ପର୍କରେ ଯୁବତୀ ଜଣଙ୍କ ନିଜ ଭାଇଙ୍କୁ ଜଣାଇଥିଲେ। ପରେ ଯୁବତୀଙ୍କ ଭାଇ କାହ୍ନୁଙ୍କୁ ଏ ସମ୍ପର୍କରେ ପଚାରିଥିଲେ।
ଗତକାଲି ରାତିରେ ଯୁବତୀ ଜଣଙ୍କ ଘରେ ଏକା ଥିଲେ। ଏହି ସମୟରେ କାହ୍ନୁ ଘରେ ପଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ମୃତଦେହକୁ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ବଡ ମେଡିକାଲରେ ମୃତଦେହର ବ୍ୟବଚ୍ଛେଦ କରାଯାଇଛି। ଅଭିଯୁକ୍ତ କାହ୍ନୁ ଏବେ ଫେରାର ଅଛି। ପୋଲିସ ମାମଲା ରୁଜୁ କରିବା ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।