ବ୍ରହ୍ମପୁର: ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭିକାରୀ ଦାସ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ଓ ଆରୁଆପାଲ୍ଲୀ ନିକଟରେ ଗୁରୁବାର ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭିକାରୀ ଦାସ ଆହତ ହୋଇଛି। ଗୁରୁତର ଅବସ୍ଥାରେ ଭିକାରୀକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଦୁଇଟି ଟିଫିନ୍ ବୋମା, ଗୋଟିଏ ପିସ୍ତଲ, ଓ ଦୁଇ ରାଉଣ୍ଡ ଅଫୁଟା ଗୁଳି ପୋଲିସ୍ ଜବତ କରିଛି। ଭିକାରୀ ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି। ଭିକାରୀ  ଓ ତାର ସହଯୋଗୀ କୌଣସି ଅପରାଧ […]

encounter

Rakesh Mallick
  • Published: Friday, 27 May 2016
  • , Updated: 27 May 2016, 07:09 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ଓ ଆରୁଆପାଲ୍ଲୀ ନିକଟରେ ଗୁରୁବାର ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭିକାରୀ ଦାସ ଆହତ ହୋଇଛି। ଗୁରୁତର ଅବସ୍ଥାରେ ଭିକାରୀକୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଦୁଇଟି ଟିଫିନ୍ ବୋମା, ଗୋଟିଏ ପିସ୍ତଲ, ଓ ଦୁଇ ରାଉଣ୍ଡ ଅଫୁଟା ଗୁଳି ପୋଲିସ୍ ଜବତ କରିଛି। ଭିକାରୀ ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି।

ଭିକାରୀ  ଓ ତାର ସହଯୋଗୀ କୌଣସି ଅପରାଧ ଘଟାଇବା ନେଇ ଯୋଜନା କରୁଥିବା ବଳେ ଖବର ପାଇ ପୋଲିସ୍ ସେଠାରେ ଚଢ଼ାଉ କରିଥିଲା।ଏହି ସମୟରେ ଅପରାଧୀ ଗୋଷ୍ଠୀ ପ୍ରଥମେ ପୋଲିସ ଉପରକୁ ବୋମା ଓ ଗୁଳିମାଡ଼ କରିବାରୁ ଜବାବରେ ପୋଲିସ୍ ଗୁଳି ଚଳାଇଥିଲା। ପୋଲିସ୍ ପକ୍ଷରୁ ଚଳାଯାଇଥିବା ଦୁଇ ରାଉଣ୍ଡ ଗୁଳି ଭିକାରୀର ବାମ ଗୋଡ଼ରେ ବାଜିବାରୁ ସେ ପଡ଼ି ଯାଇଥିଲା। ତେବେ ଅନ୍ୟ ୪ ଅପରାଧୀ ସେଠାରୁ ଫେରାର ହୋଇଯାଇଥିଲେ।

ଗତ ମେ’୨୩ରେ ବ୍ରହ୍ମପୁର ଉପଖଣ୍ଡ ଟାମଣା ଘାଟି ଠାରେ ପୁଲିସ୍ ଏନ୍‌କାଉଣ୍ଟରରେ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାସ ଚନ୍ଦ୍ର ନାୟକ ଓରଫ ଆଣ୍ଡାଲା ଆହତ ହୋଇଥିଲା।

Related story