Advertisment

ଫୁସ୍‌ଫୁସ୍‌କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ସବୁ ଉପାୟ

ଫୁସ୍‌ଫୁସ୍‌ ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହା ସାହାଯ୍ୟରେ ମଣିଷ ନିଶ୍ୱାସ ପ୍ରଶ୍ୱାସ ନେଉଛେ। ବାୟୁରୁ ଅକ୍ସିଜେନ୍‌କୁ ଅବଶୋଷିତ କରି କାର୍ବନ ହାଇଡ୍ରୋକ୍ସାଇଡ୍‌କୁ ନିର୍ଗତ କରିଥାଏ ଫୁସ୍‌ଫୁସ୍‌। ଏହି ଅକ୍ସିଜେନ୍‌ ଧମନୀ ଦେଇ ରକ୍ତ ସାହାଯ୍ୟରେ ହାର୍ଟ ପାଖରେ ପହଞ୍ଚାଇଥାଏ।  ଆଉ ସେଠାରୁ ଶରୀରର ବାକି ଅଙ୍ଗରେ ପହଞ୍ଚିଥାଏ। ସେଥିପାଇଁ ଶରୀରରେ ଫୁସ୍‌ଫୁସ୍‌ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତେବେ ଆମ ଖାଇବା ପିଇବାର ପ୍ରଭାବ ଆମ ଫୁସ୍‌ ଫୁସ୍‌ ଉପରେ ପଡ଼ିଥାଏ।  ଭୁଲ୍‌ ଖାଦ୍ୟପେୟ ଓ ପ୍ରଦୁଷଣ […]

ଅଦ୍ୟତନ ହୋଇଛି
ଫୁସ୍‌ଫୁସ୍‌କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ସବୁ ଉପାୟ

purify-lungs

Advertisment

ଫୁସ୍‌ଫୁସ୍‌ ଆମ ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହା ସାହାଯ୍ୟରେ ମଣିଷ ନିଶ୍ୱାସ ପ୍ରଶ୍ୱାସ ନେଉଛେ। ବାୟୁରୁ ଅକ୍ସିଜେନ୍‌କୁ ଅବଶୋଷିତ କରି କାର୍ବନ ହାଇଡ୍ରୋକ୍ସାଇଡ୍‌କୁ ନିର୍ଗତ କରିଥାଏ ଫୁସ୍‌ଫୁସ୍‌। ଏହି ଅକ୍ସିଜେନ୍‌ ଧମନୀ ଦେଇ ରକ୍ତ ସାହାଯ୍ୟରେ ହାର୍ଟ ପାଖରେ ପହଞ୍ଚାଇଥାଏ।  ଆଉ ସେଠାରୁ ଶରୀରର ବାକି ଅଙ୍ଗରେ ପହଞ୍ଚିଥାଏ। ସେଥିପାଇଁ ଶରୀରରେ ଫୁସ୍‌ଫୁସ୍‌ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ତେବେ ଆମ ଖାଇବା ପିଇବାର ପ୍ରଭାବ ଆମ ଫୁସ୍‌ ଫୁସ୍‌ ଉପରେ ପଡ଼ିଥାଏ।  ଭୁଲ୍‌ ଖାଦ୍ୟପେୟ ଓ ପ୍ରଦୁଷଣ କାରଣରୁ ଆମ ଶରୀରରେ ଅନେକ ରୋଗ ତଥା- ଟିବି, ଆଜ୍‌ମା , ନିମୋନିଆ, ଏନ୍‌ଫ୍ଲୁଏଞ୍ଜା ଓ କର୍କଟ ଆଦି ରୋଗ ହବାର ଆଶଙ୍କା ରହିଛି।  କିନ୍ତୁ ଆପଣ ଯଦି କିଛି ସାବଧାନତା ଅବଲମ୍ବନ କରି ପୃଷ୍ଟିକର ଖାଦ୍ୟ ଖାଇବେ ତେବେ ଫୁସ୍‌ଫୁସ୍‌ ସୁରକ୍ଷିତ ହୋଇ ରହିବ। ତେବେ ଦୀର୍ଘ ଦିନ ପର୍ଯ୍ୟନ୍ତ ଫୁସ୍‌ଫୁସ୍‌କୁ କିପରି ସୁରକ୍ଷିତ ରଖିବେ ଜାଣନ୍ତୁ କିଛି ଉପାୟ।

Advertisment

publive-image

ଭିଟାମିନ୍‌ ସି: ଫୁସ୍‌ଫୁସ୍‌ ପାଇଁ ଭିଟାମିନ୍‌ ‘ସି’ ଖୁବ୍‌ ଲାଭଦାୟକ।  ଭିଟାମିନ୍‌ ସି ଗୋଟିଏ ପ୍ରକାର ଆଣ୍ଟିଅକ୍ସିଡେଣ୍ଟ୍‌ ଯାହାକି ନିଶ୍ୱାସ ନେବା ପରେ ଅକ୍ସିଜେନ୍‌କୁ ସବୁ ଅଙ୍ଗ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ। ସବୁ ଖଟା ଫଳରେ ଭିଟାମିନ୍‌ ସି’ର ମାତ୍ରା ଯଥେଷ୍ଟ ପରିମାଣରେ ଥାଏ। ମୁଖ୍ୟତଃ କମଳା, ଲେମ୍ବୁ, ଟମାଟୋ, ଅଙ୍ଗୁରୁ, ଷ୍ଟ୍ରବେରୀ, ସପୁରୀ ଓ ଆମ୍ବରେ ଅଧିକ ପରିମାଣରେ ଭିଟାମିନ୍‌ ‘ସି’ ରହିଛି।  ଏସବୁ ଖାଦ୍ୟ ଆହର କଲେ ଶରୀରରେ ଥିବା  ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଆସିଥାଏ।

ଲାଇକୋପେନ୍‌: ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବାକୁ ହେଲେ ଲାଇକେପେନ୍‌କୁ ସେବନ କରନ୍ତୁ।  କାରଣ ଏଥିରେ କାରୋଟୋନଏଡ୍‌ ଥାଏ। ଏହା ଏମିତି ଏକ ଆଣ୍ଟି ଅକ୍ସିଡେଣ୍ଟ ଯାହା ଆଜ୍‌ମା ରୋଗରୁ ରକ୍ଷା କରିଥାଏ।  ସେହିପରି ଫୁସ୍‌ଫୁସ୍‌ରୁ କର୍କଟରୋଗ ହେବାର ଆଶଙ୍କାକୁ ବି ଦୂର କରିଥାଏ। ଏଥିପାଇଁ ଟମାଟୋ,  ଗାଜର, ତରଭୁଜ, ପିଜୁଳି ଓ ସବୁଜ ପନି ପରିବା ଖାଇବା ଉଚିତ।

Advertisment

publive-image

ରସୁଣରସୁଣ ଶରୀର ପାଇଁ ଖୁବ୍‌ ଉପକାରୀ। ଭୋଜନ ପରେ ରସୁଣ ସେବନ କରିବା ଦ୍ୱାରା ହାର୍ଟ ସଫା ହୋଇଥାଏ। ଆଉ ଅନେକ ରୋଗରୁ ରକ୍ଷାକରିଥାଏ। ରସୁଣରେ ଏଲିସିନ୍‌ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏହା ଛଡ଼ା ରସୁଣରେ ଅନେକ ଆଣ୍ଟି ଅକ୍ସିଡେଣ୍ଟ ଥାଏ। ଯାହା ସଂକ୍ରମଣ ସହ ଲଢ଼ି ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ। ଆଜ୍‌ମା ରୋଗୀମାନେ ନିଜ ଖାଦ୍ୟରେ ରସୁଣ ସାମିଲ୍‌ କରିବା ନିତ୍ୟାନ୍ତ ଆବଶ୍ୟକ।

publive-image

ତୁଳସୀ ପତ୍ରଶୁଖିଲା ତୁଳସୀ ପତ୍ର, କର୍ପୁର, ଖଇର, ଅଳେଇଚ ଅଳ୍ପ ମାତ୍ରାରେ ନିଅନ୍ତୁ। ଏଥିରେ ୯ ଗୁଣା ଚିନି ମିସାଇ ପେସି ଦିଅନ୍ତୁ। ଏହି ମିଶ୍ରଣକୁ ସେବନ କଲେ ଫୁସ୍‌ଫୁସ୍‌ରେ ଜମିଥିବା କଫ ଦୂର ହୋଇଥାଏ।

ଫୁସ୍‌ଫୁସ୍‌ ସମ୍ବନ୍ଧରେ ଅଧିକ କିଛି ଜାଣିବାକୁ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe