ପାନପତ୍ରରେ ଅଛି ଏହି ସବୁ ଔଷଧୀୟ ଗୁଣ

ପାନ ପାଟିକୁ ଯେତେ ସୁଆଦିଆ ପ୍ରକୃତରେ ଶରୀର ପାଇଁ ସେତିକି ଉପକାରୀ। ପାନକୁ ତମାଖୁ ଓ ଗୁଣ୍ଡି ସହ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। କିନ୍ତୁ ଏହାକୁ ଖାଲି ଚୋବାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଆସନ୍ତୁ ଜାଣିବା ପାନ ଆମ ଶରୀରର କ’ଣ ଉପକାର କରେ। ୧) ନିୟମିତ ପାନପତ୍ର ଚୋବାଇ ଖାଇଲେ ଏହାର ରସ ଦନ୍ତ ଓ ମାଢ଼ି ଉପରେ ଉତ୍ତମ ପ୍ରଭାବ ପକାଏ। ମାଢି ବିନ୍ଧାରୁ ରକ୍ଷା ମିଳେ। ୨) ମଧ୍ୟାହ୍ନ ଓ […]

pana image

Rakesh Mallick
  • Published: Wednesday, 07 March 2018
  • , Updated: 07 March 2018, 07:15 PM IST

ପାନ ପାଟିକୁ ଯେତେ ସୁଆଦିଆ ପ୍ରକୃତରେ ଶରୀର ପାଇଁ ସେତିକି ଉପକାରୀ। ପାନକୁ ତମାଖୁ ଓ ଗୁଣ୍ଡି ସହ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। କିନ୍ତୁ ଏହାକୁ ଖାଲି ଚୋବାଇ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଆସନ୍ତୁ ଜାଣିବା ପାନ ଆମ ଶରୀରର କ’ଣ ଉପକାର କରେ।

୧) ନିୟମିତ ପାନପତ୍ର ଚୋବାଇ ଖାଇଲେ ଏହାର ରସ ଦନ୍ତ ଓ ମାଢ଼ି ଉପରେ ଉତ୍ତମ ପ୍ରଭାବ ପକାଏ। ମାଢି ବିନ୍ଧାରୁ ରକ୍ଷା ମିଳେ।

୨) ମଧ୍ୟାହ୍ନ ଓ ରାତ୍ରି ଭୋଜନ ପରେ ଖଣ୍ଡେ ପାନ ଖାଇଲେ ହଜମ କ୍ରିୟା ଭଲଭାବରେ ହୋଇଥାଏ।

୩) ୧ ଚାମଚ ମହୁ ଓ ୧ ଚାମଚ ପାନପତ୍ର ରସ ମିଶାଇ ପିଇଲେ କଫରୁ ରକ୍ଷା ମିଳେ।

୪) ଯୁବତୀ ଓ ମହିଳାମାନେ ନିୟମିତ ପାନପତ୍ରକୁ ଚୋବାଇ ଖାଇବା ଭଲ । କାରଣ ଏହାଦ୍ୱାରା ତ୍ୱଚାରେ ଭାଙ୍ଗ ପଡ଼ିନଥାଏ।

୫) ନିୟମିତ ପାନପତ୍ର ଚୋବାଇ ଖାଇଲେ ଏହାର ରସ ଦାନ୍ତ ଓ ମାଢ଼ିରେ ଭଲ ପ୍ରଭାବ ପକାଏ। ଏହାଦ୍ୱାରା ମାଢ଼ି ବିନ୍ଧାରୁ ମୁକ୍ତି ମିଳେ।

୬) ଡାକ୍ତରଙ୍କ ଅନୁଯାୟୀ ଦୈନିକ ଖଣ୍ଡେ ସାଧାପାନ ଖାଉଥିବା ବ୍ୟକ୍ତି ହୃଦ୍ ରୋଗରୁ ମଧ୍ୟ ରକ୍ଷା ପାଇଥାନ୍ତି।

୭) ମୁଣ୍ଡ ବିନ୍ଧା ହେଉଥିଲେ ପାନପତ୍ରକୁ ବାଟି ମଥାରେ ଲଗାନ୍ତୁ। କିଛି ସମୟ ଗଲେ ଶୁଖିଲା ପରେ ଧୋଇଦିଅନ୍ତୁ। ଦେଖିବେ ଅଳ୍ପ ସମୟ ମଧ୍ୟରେ ମୁଣ୍ଡ ବିନ୍ଧା କମିଯିବ।

୮) ନିୟମିତ ପାନ ପତ୍ର ଖାଇଲେ ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରେ।

 

 

Related story