ଭୁବନେଶ୍ୱର: ଫର୍ଣ୍ଣିଚର ଦୋକାନରେ ଅଗ୍ନିକାଣ୍ଡ, ପ୍ରାୟ ୧ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର:ପଳାଶୁଣିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସପ୍ତସତୀ ମନ୍ଦିର ନିକଟରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି। ମନ୍ଦିର ପଛପଟେ ଥିବା ଏହି ଦୋକାନରେ ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ତେବେ ବାଣ ଫୁଟାଇବାବେଳେ ନିଆଁ ଛିଟିକି ପଡ଼ି ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏଥିରେ ପ୍ରାୟ ୧ କୋଟି ଟଙ୍କ। ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଦୋକାନର ମାଲିକ କହିଛନ୍ତି। କାଠ […]

fire in furnichre

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 05:38 PM IST

ଭୁବନେଶ୍ୱର:ପଳାଶୁଣିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସପ୍ତସତୀ ମନ୍ଦିର ନିକଟରେ ଥିବା ଏକ ଫର୍ଣ୍ଣିଚର ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଛି। ମନ୍ଦିର ପଛପଟେ ଥିବା ଏହି ଦୋକାନରେ ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ତେବେ ବାଣ ଫୁଟାଇବାବେଳେ ନିଆଁ ଛିଟିକି ପଡ଼ି ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏଥିରେ ପ୍ରାୟ ୧ କୋଟି ଟଙ୍କ। ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା ଦୋକାନର ମାଲିକ କହିଛନ୍ତି। କାଠ ଏବଂ ଅନ୍ୟାନ୍ୟ ଆସବାସପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି। ଦୋକାନରେ ଫୋମ ସାମଗ୍ରୀ ରହିଥିବାରୁ ଖୁବ ଶୀଘ୍ର ନିଆଁ ଧରିଦେଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଟ୍ୟାଙ୍କର ଏବଂ ୧୮ ଜଣ କର୍ମଚାରୀ   ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି।

Related story