ଭବାନୀପାଟଣା: ମହିଳାଙ୍କୁ ହତ୍ୟା କରି ଲୁଟ୍‌ 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଟାଉନରେ ଆଜି ଦୁର୍ବୃତ୍ତମାନେ ଏକ  ଘରେ ପଶି ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରି ଟଙ୍କାସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଗୀତା ପାତ୍ର। ଆଜି ପ୍ରାୟ ଦିନ ଗୋଟାଏ ବେଳେ ବିଶ୍ୱନାଥ ଟାଉନରେ ରହୁଥିବା ଏସ୍‌. ନାରାୟଣ ପାତ୍ରଙ୍କ ଘରେ କିଛି ଦୁର୍ବୃତ୍ତ ପଶି ତାଙ୍କ ସ୍ତ୍ରୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଗଳା କାଟି ଦେଇଥିଲେ। ଗୀତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ପରେ ଦୁର୍ବୃତ୍ତମାନେ  […]

bhabanipatana

Rakesh Mallick
  • Published: Monday, 12 September 2016
  • , Updated: 12 September 2016, 08:24 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଟାଉନରେ ଆଜି ଦୁର୍ବୃତ୍ତମାନେ ଏକ  ଘରେ ପଶି ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରି ଟଙ୍କାସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଗୀତା ପାତ୍ର।

ଆଜି ପ୍ରାୟ ଦିନ ଗୋଟାଏ ବେଳେ ବିଶ୍ୱନାଥ ଟାଉନରେ ରହୁଥିବା ଏସ୍‌. ନାରାୟଣ ପାତ୍ରଙ୍କ ଘରେ କିଛି ଦୁର୍ବୃତ୍ତ ପଶି ତାଙ୍କ ସ୍ତ୍ରୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଗଳା କାଟି ଦେଇଥିଲେ। ଗୀତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ପରେ ଦୁର୍ବୃତ୍ତମାନେ  ଘରୁ ସୁନା ଗହଣା ଓ ଟଙ୍କା ଲୁଟ୍ କରି ପଳାଇଯାଇଥିଲେ।

ପୋଲିସ୍ ଘଟଣାର ତଦନ୍ତ କରୁଛି। କଳାହାଣ୍ଡି ଏସ୍‌ପି ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି। ସେହିଭଳି ଡଗ ସ୍କ୍ୱାର୍ଡ ସହ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛନ୍ତି।

Related story