ଅଗ୍ନିକାଣ୍ଡରୁ ଉତ୍ତେଜନା; ଧାମନଗରରେ ୧୪୪ ଧାରା ଜାରି

ଭଦ୍ରକ: ଏକ ଘରପୋଡି ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ୧୪୪ ଧାରା ଜାରି କରାଯାଇଛି। ପରିସ୍ଥିତିକୁ ଦେଖି  ଧାମନଗର ଛକ, ଏନ୍ଏସି ଓ ଭଗବାନପୁର ସମେତ ପଳିକିରି ଓ ଦୋବଲ ବଜାରରେ ୧୪୪ ଧାରା ଜାରି ହୋଇଛି। ସକାଳ ୧୦ଟାରୁ ୨୪ ଘଣ୍ଟା ପାଇଁ ଏହା ଜାରି ହୋଇଛି। ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ଓ ଏସ୍‌ପି ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅଞ୍ଚଳରେ […]

dhamanagar

Rakesh Mallick
  • Published: Saturday, 29 April 2017
  • , Updated: 02 May 2017, 09:57 AM IST

ଭଦ୍ରକ: ଏକ ଘରପୋଡି ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ୧୪୪ ଧାରା ଜାରି କରାଯାଇଛି। ପରିସ୍ଥିତିକୁ ଦେଖି  ଧାମନଗର ଛକ, ଏନ୍ଏସି ଓ ଭଗବାନପୁର ସମେତ ପଳିକିରି ଓ ଦୋବଲ ବଜାରରେ ୧୪୪ ଧାରା ଜାରି ହୋଇଛି। ସକାଳ ୧୦ଟାରୁ ୨୪ ଘଣ୍ଟା ପାଇଁ ଏହା ଜାରି ହୋଇଛି।

ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ଓ ଏସ୍‌ପି ଘଟଣା ସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଅଞ୍ଚଳରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

୧୪୪ ଧାରା ପରେ ଅଞ୍ଚଳରେ ସ୍ଥିତି ସାମାନ୍ୟ ହେବାରେ ଲାଗିଛି।

ଗତକାଲି ଧାମନଗର ବଜାରରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ ବଖରା ପୋଡି ଯାଇଥିଲା। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।।

Related story